fbpx
BSKY
BJD SHG SKY
BJD YOUTH SKY

୮ ମାସର ଗର୍ଭବତୀ ମହିଳା ପୋଲିସ ଅଫିସରଙ୍କୁ ବୀଭତ୍ସ ହତ୍ୟା; ବର୍ବରତାର ସୀମା ଲଂଘିଲେ ତାଲିବାନୀ

ନୂଆଦିଲ୍ଲୀ: ତାଲିବାନୀ ମାନେ ଆଫଗାନିସ୍ତାନ କବଜା କରିବା ପରେ ମହିଳାଙ୍କ ଉପରେ ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ଶନିବାର ଆଫଗାନିସ୍ତାନର ଘୋର ପ୍ରଦେଶରେ ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହତ୍ୟା କରିଛନ୍ତି ତାଲିବାନୀ ଆତଙ୍କୀ । ମୃତ ମହିଳା ପୋଲିସଙ୍କ ନାମ ବାନୁ ନେଗାର ଏବଂ ସେ ସ୍ଥାନୀୟ ଜେଲର ଆରକ୍ଷୀ ଅଧୀକ୍ଷକ ଭାବରେ କାର୍ଯ୍ୟ କରନ୍ତି । ମୃତ୍ୟୁ ବେଳକୁ ନେଗାର ୮ ମାସର ଗର୍ଭବତୀ ରହିଥିଲେ ।
ତାଲିବାନ ଆତଙ୍କୀ ମାନେ ଫିରୋଜୋଖ ଅଞ୍ଚଳରେ ଘରଘର ବୁଲି ତଲାସି ନେଇଥିଲେ । ନେଗାର ପୋଲିସ କର୍ମୀ ବୋଲି ଜାଣିବା ପରେ ଆତଙ୍କୀ ମାନେ ଅତ୍ୟନ୍ତ ବୀଭତ୍ସ ଭାବରେ ତାଙ୍କୁ ହତ୍ୟା କରିଥିଲେ । ଏପରିକି ତାଙ୍କ ମୁହଁକୁ ଅତ୍ୟନ୍ତ କଦର୍ଯ୍ୟ କରି ଦେଇଥିଲେ ଯାହା ଚିହ୍ନିବା ମୁସ୍କିଲ ହୋଇଯାଇଥିଲା । ନେଗାର ୮ ମାସର ଗର୍ଭବତୀ ହୋଇଥିବା ବେଳେ ତାଲିବାନୀ ଜହ୍ଲାଦ ମାନେ ତାଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ । ନେଗାରଙ୍କୁ ଏକ ସ୍କୃ ଡାଇଭର ଭୁସି ତାଲିବାନୀ ମାନେ ହତ୍ୟା କରିଥିଲେ ।

Get real time updates directly on you device, subscribe now.