fbpx

ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡ଼ିଶା ଦଳ ଘୋଷଣା; ସୂର୍ଯ୍ୟ ମହାପାତ୍ରଙ୍କୁ ଅଧିନାୟକ ଦାୟିତ୍ୱ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଭିନୁ ମଙ୍କଡ଼ ଟ୍ରଫି ପାଇଁ ଓଡିଶା ୧୯ବର୍ଷରୁ କମ କ୍ରିକେଟ ଦଳ ଘୋଷଣା ହୋଇଛି । ଓସିଏ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ୨୨ ଜଣିଆ ଟିମ ଘୋଷଣା ହୋଇଛି । ସୂର୍ଯ୍ୟ ମହାପାତ୍ରଙ୍କ ମୁଣ୍ଡରେ ରହିଛି ଅଧିନାୟକ ଭାର । ଆସନ୍ତା ୨୮ରୁ ମୋହାଲିରେ ଆରମ୍ଭ ହେବ ଏହି ମେଗା ପ୍ରତିଯୋଗିତା ।

ଦିଲ୍ଲୀ , ଛତିଶଗଡ଼ , ଉତ୍ତରପ୍ରଦେଶ , ଆନ୍ଧ୍ର ପ୍ରଦେଶ ଓ ବିହାର ବିପକ୍ଷରେ ଖେଳିବ ଓଡ଼ିଶା । ଓସିଏ ପକ୍ଷରୁ ଘୋଷଣା ହୋଇଥିବା ଏହି ଟିମରେ ଅନେକ ନୂଆ ମୁହଁ ରହିଛି । ଆସନ୍ତା ୨୦ ତାରିଖରେ ମୋହାଲିରେ ପହଞ୍ଚିବ ଟିମ । ୨୮ରେ ପ୍ରଥମ ମ୍ୟାଚ ଖେଳାଯିବ । ତେବେ ଚଳିତ ସିଜିନରେ ଟିମ ନିଶ୍ଚୟ ସଫଳ ହେବା ନେଇ ଆଶା ରଖିଛି ଓସିଏ । ୨୨ଜଣିଆ ଟିମ ଏକଦମ ପ୍ରସ୍ତୁତ ରହଛି । ନୂଆ ଖେଳାଳିଙ୍କୁ ନେଇ ଅନେକ ଚ୍ୟାଲେଞ୍ଜ ରହିଛି । ପର୍ଯ୍ୟୟ କ୍ରମେ ଖେଳରେ ଭଲ ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଜୁନିୟର ଚୟନ କମିଟି ଅଧକ୍ଷ ଅମୀୟ ରାୟ ।

Get real time updates directly on you device, subscribe now.