fbpx

ପ୍ରସେସନ ରୋକିବାକୁ ଆସିଥିଲେ ପୋଲିସ: କିନ୍ତୁ ପଞ୍ଜାବୀ ଗୀତ ଶୁଣି କଲେ ଏମିତି କାମ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଘଟଣାଟି ଘଟିଛି କାଲିଫର୍ଣ୍ଣିଆରେ । ଏଠାରେ ଚାଲିଥିବା ଏକ ପଞ୍ଜାବୀ ବାହାଘରରେ ଘଟିଛି କିଛି ମଜାଦାର ଆଉ ମନ ଛୁଇଁଲା ଭଳି ଘଟଣା । ମନପ୍ରୀତ ତୁର ନାମକ ଜଣେ ପଞ୍ଜାବୀ ଯୁବକଙ୍କର ବିବାହ ଉତ୍ସବରେ ଖୁବ କୋଳାହଳ ଦେକିବାକୁ ମିଳିଥିଲା । ତେବେ ଏହାକୁ ନେଇ ପୋଲିସକୁ ଅଭିଯୋଗ କରିଥିଲେ ଜଣେ ପଡୋଶୀ । ପୋଲିସ ଆସିଲା, କିନ୍ତୁ ଶବ୍ଦ ବନ୍ଦ କରିବା ବଦଳରେ କିଛି ଏମିତି କାମ କଲା ଯାହା ଏବେ ସୋଶିଆଲ ମିଡିଆରେ ଭାଇରାଲ ହେଉଛି ।

ପଡୋଶୀଙ୍କ ଅଭିଯୋଗ ଅନୁଯାୟୀ, ବିବାହରେ ଜୋରଦାର ଶବ୍ଦକୁ ରୋକିବାକୁ ପୋଲିସ ସେଠାରେ ପହଞ୍ଚିଥିଲା । ଏହା ଦେଖି ସମସ୍ତେ ଚିନ୍ତାରେ ପଡିଯାଇଥିଲେ । କିନ୍ତୁ ଉତ୍ସବରେ ପଞ୍ଜାବୀ ଜୀତ ଶୁଣି ପାଗଳ ହୋଇଯାଇଥିଲେ ୨ ପୋଲିସ ଅଧିକାରୀ । ଏହାପରେ ଗୀତର ତାଳେ ତାଳେ ସେମାନେ ମଧ୍ୟ ନାଚିବା ଆରମ୍ଭ କରିଦେଇଥିଲେ । ଏହା ଦେଖି ବରଯାତ୍ରୀ ଏବଂ ଉତ୍ସବରେ ସମସ୍ତେ ଖୁସି ହୋଇଯାଇଥିଲେ । ପୋଲିସ କର୍ମୀଭ୍କ ସହିତ ସେମାନେ ମଧ୍ୟ ଗୀତର ମଜା ନେଇଥିଲେ । ଏହାର ଭିଡିଓ ଏବେ ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

 

View this post on Instagram

 

A post shared by Kanda Productions (@kandaproductions)

ତେବେ ପ୍ରକୃତ ଘଟଣା ହେଉଛି ପୋଲିସ କର୍ମୀ ପରିବାର ଲୋକଙ୍କୁ ଭଲ୍ୟୁମ କମ କରିବା ପାଇଁ କହିଥିଲେ । କିନ୍ତୁ ସେଠାରେ ସେମାନେ ପୋଲିସ କର୍ମୀଙ୍କ ସାମନାରେ ଗୋଟିଏ ସର୍ତ୍ତ ରଖିଥିଲେ । ପୋଲିସ ଅଧିକାରୀଙ୍କୁ ଗୋଟିଏ ଗୀତରେ ସେମାନଙ୍କ ସହ ନରଚିବା ପାଇଁ ଅନୁରୋଧ କରିଥିଲେ ମନପ୍ରୀତଙ୍କ ପରିବାର ଲୋକେ । ଏପରେ ପୋଲିସ କର୍ମୀ ବରଯାତ୍ରୀଙ୍କ ସହ ଗୋଟିଏ ଗୀତରେ ନାଚିବା ସହ ସେଠାକାର ମାହୋଲକୁ ରଙ୍ଗେଇ ଦେଇଥିଲେ । ଏବଂ ଏହାପରେ ମନପ୍ରୀତଙ୍କ ପରିବାର ଲୋକେ ଏହି କୋଳାହଳକୁ ବନ୍ଦ କରି ଦେଇଥିଲେ ।

Get real time updates directly on you device, subscribe now.