fbpx

ରେଳ ବିଭାଗର ସ୍ୱତନ୍ତ୍ର ଉପହାର: ମା’ ଓ ଛୁଆଙ୍କୁ ମିଳିବ ଏହି ଖାସ୍ ସୁବିଧା

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର । ପିଲାଙ୍କୁ ନେଇ ରେଳଯାତ୍ରା କରୁଥିବା ମହିଳାଙ୍କ ପାଇଁ ଏକ ଭଲ ଖବର ଆଣିଛି ଭାରତୀୟ ରେଳବାଇ । ଭାରତୀୟ ରେଳବିଭାଗ ପକ୍ଷରୁ ନବଜାତ ଶିଶୁଙ୍କ ପାଇଁ ଲଞ୍ଚ ହୋଇଛି ସ୍ୱତନ୍ତ୍ର ସିଟ । ଯେଉଁଥିରେ ମା ଓ ଶିଶୁ ଏକାଠି ଶୋଇପାରିବେ । ମାତୃ ଦିବସରେ ଟ୍ରେନରେ ଶୁଭାରମ୍ଭ ହୋଇଛି ଏହି ବେବି ବର୍ଥ ସିଟ୍ ।

ନବଜାତ ଶିଶୁଙ୍କୁ ନେଇ ଯାତ୍ରା କରୁଥିବା ମହିଳାଙ୍କ ସୁବିଧା ପାଇଁ ରେଳ ବିଭାଗ ଏହି ସିଟର ଶୁଭାରମ୍ଭ କରିଛି । ବର୍ତ୍ତମାନ ଛୋଟ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ବେବି ବର୍ଥ ସିଟ ଗୁଡିକ ପରୀକ୍ଷାଭିତ୍ତିକ ଭାବେ କିଛି ଟ୍ରେନରେ ଲଗାଯାଇଛି ।

ସୂଚନା ଅନୁସାରେ ଲକ୍ଷେ୍ନାରୁ ନୂଆ ଦିଲ୍ଲୀ ଯାଉଥିବା ଟ୍ରେନଗୁଡିକରେ ଏହି ସିଟ୍ ଲଗାଯାଇଛି । ଏଥିପାଇଁ ରେଳବିଭାଗ କୌଣସି ଅତିରିକ୍ତ ଭଡ଼ା ମଧ୍ୟ ଆଦାୟ କରିବନାହିଁ । ରେଳବାଇ ଦ୍ୱାରା ଟ୍ୱିଟ କରି କୁହାଯାଇଛି ଯେ ଏହା ଦ୍ୱାରା ଶିଶୁ ଓ ମା’ଙ୍କ ଯାତ୍ରା ଆରମଦାୟକ ହୋଇପାରିବ ।

ଛୁଆଙ୍କ ସହ ଯାତ୍ରା କରୁଥିବା ମହିଳାଙ୍କୁ ପ୍ରଥମେ ଏହି ସଂରକ୍ଷିତ ସିଟ୍ ଦିଆଯିବ । ଶିଶୁର ସୁରକ୍ଷା ପ୍ରତି ଦୃଷ୍ଟି ଦେଇ ରେଳବାଇ ଏହି ସିଟ ନିର୍ମାଣ କରିଛି । ଟିକଟ କରିବା ବେଳେ ଶିଶୁର ବୟସ ବାଧ୍ୟତାମୂଳକ ଭାବେ ଭରିବାକୁ ପଡିବ ଫଳରେ ଏହି ସିଟ ଉପଲବ୍ଧ ହୋଇ ପାରିବ ।

Get real time updates directly on you device, subscribe now.