fbpx

ବର୍ଷା ଯୋଗୁଁ ବଢିଲା ପରୀକ୍ଷା ଖାତାର ଚିନ୍ତା: ପ୍ରଶ୍ନପତ୍ର ଓ ଉତ୍ତର ଖାତା ସୁରକ୍ଷିତ ରଖିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବାତ୍ୟା ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି । ସେପଟେ ଏହି ବର୍ଷା ପାଇଁ ବଢିଛି ପରୀକ୍ଷା ଖାତାର ଚିନ୍ତା । +୨ ପିଲାମାନଙ୍କ ପରୀକ୍ଷାର ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ସୁରକ୍ଷିତ ଭାବରେ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ପରୀକ୍ଷା ପରିଚାଳନା ହବ୍ ଏବଂ ମୂଲ୍ୟାକେନ୍ଦ୍ରର ସୁପରଭାଇଜର ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମାଧ୍ୟମିକ ଶିକ୍ଷା ପରିଷଦ ।

ବର୍ଷା ଯୋଗୁଁ ପିଲାମାନଙ୍କ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ନଷ୍ଟ ନ ହେଉ । ସେଥିପାଇଁ ଯଥେଷ୍ଟ ଧ୍ୟାନ ଦେବାକୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ୧୦ରୁ ୧୨ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେଣୁ ଏହି ସମୟରେ ସତର୍କତା ଅବଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ମାଧ୍ୟମିକ ଶିକ୍ଷା ପରିଷଦ । ବର୍ଷା ପବନରୁ ଏସବୁକୁ ରକ୍ଷା କରିବା ପାଇଁ ଯଥା ସମ୍ଭବ ପ୍ରସ୍ତୁତି କରାଯାଉ । ତେବେ ପ୍ରଶ୍ନପତ୍ର ଏବଂ ଉତ୍ତର ଖାତାକୁ ସୁରକ୍ଷିତ ରଖିବା ପାଇଁ କେଉଁ ପଦକ୍ଷେପ ନେଉଛି ପରିଚାଳନା ହବ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.