fbpx

ମିଳିବ ହାର୍ଟ ଆଟାକରୁ ମୁକ୍ତି! ନୂଆ ଉପାୟ ପରୀକ୍ଷା କରିବାକୁ ଯାଉଛି ଏହି ବାୟୋଟେକ୍ କମ୍ପାନୀ

Advertisement

ନୂଆଦିଲ୍ଲୀ: ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ବିଶ୍ୱରେ ସବୁଠୁ ଅଧିକ ମୃତ୍ୟୁ ହାର୍ଟ ଆଟାକ୍ କାରଣରୁ ହେଉଛି । ଏଥିପାଇଁ ଯେଉଁ ସବୁ ଚିକିତ୍ସା ରହିଛି ତାହା ବହୁତ ମହଙ୍ଗା । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ୨୦୨୦ ରେ ଚେତାବନୀ ଦେଇଥିଲା ଯେ ହୃଦୟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଭାବରେ ବଢ଼ୁଛି ।

ଏହାରି ମଧ୍ୟରେ ବାୟୋଟେକ କମ୍ପାନୀ ଭର୍ଭ ଥେରାପ୍ୟୁଟିକ୍ସ ହାର୍ଟ ଆଟାକର ସମାଧାନ ବାହାର କରିଥିବା ନେଇ ଦାବି କରିଛି । କମ୍ପାନୀର କହିବା ଅନୂଯାୟୀ ଖରାପ କୋଲେଷ୍ଟ୍ରୋଲକୁ ତିଆରି ହେବାଠାରୁ ରୋକିବା ପାଇଁ ମାନବ ଜିନୋମକୁ ବଦଳାଇବା ଭଲ ଉପାୟ ହୋଇପାରେ । କମ୍ପାନୀ ସିଇଓ ଶେଖର କାଥିରେସନଙ୍କ କହିଛନ୍ତି ଯେ ଏହା ହୃଦୟ ରୋଗର ସ୍ଥାୟୀ ସମାଧାନ ହୋଇପାରେ ।

ବ୍ଲୁମବର୍ଗରେ ପ୍ରକାଶିତ ଏକ ରିପୋର୍ଟ ଅନୂଯାୟୀ ଭର୍ଭ ଥେରାପ୍ୟୁଟିସକୁ ଗୁଗଲ ଭେଞ୍ଚର୍ସର ସମର୍ଥନ ମିଳିଛି । ଶେଖର କାଥିରେସନଙ୍କ କହିବା ଅନୂଯାୟୀ ଆମେ ସମ୍ଭାବିତ ଭାବରେ ଏହି ମଡେଲକୁ ‘ୱାନ ଆଣ୍ଡ୍ ୱାନ’ କରିବାକୁ ଯାଉଛୁ ।

ସମଗ୍ର ବିଶ୍ୱରେ ୩.୧ କୋଟିରୁ ଅଧିକ ଲୋକଙ୍କୁ ପ୍ରଭାବିତ କରିଥିବା ଏହି ରୋଗ ପାଇଁ ଜିନ୍ ଏଡିଟିଙ୍ଗ ଟେକନିକର ବ୍ୟବହାର କରାଯିବ । ଏହି ଟେକନିକକୁ ଆରମ୍ଭରେ ସେହି ଲୋକଙ୍କ ଉପରେ ପରୀକ୍ଷା କରାଯିବ ଯେଉଁମାନଙ୍କ ପାଇଁ ଏହି ରୋଗ ବଂଶାନୁକ୍ରମିକ ଏବଂ ଯେଉଁମାନଙ୍କୁ ପୂର୍ବରୁ ହାର୍ଟ ଆଟାକ୍ ହୋଇଛି । ଏଥିପାଇଁ କମ୍ପାନୀ ସିଆରଆଇଏସପିଆର ଜିନ୍ ଏଡିଟିଙ୍ଗ ଟୁଲ ର ବ୍ୟବହାର କରିବ, ଯାହା ଶକ୍ତିଶାଳୀ ହେବା ସହ ଜଟିଳ ମଧ୍ୟ । ସିଆରଆଇଏସପିଆର ଜିନୋମ ଏଡିଟିଙ୍ଗ ପାଇଁ ଉକ୍ରୃଷ୍ଟ ଟୁଲ । ଏହାଦ୍ୱାରା ଗବେଷକ ସହଜରେ ଡିଏନଏ ସିକ୍ୱେନ୍ସକୁ ବଦଳାଇପାରିବେ ଜିନରେ ପରିବର୍ତ୍ତନ କରିପାରିବେ ।

ଯଦି ଭର୍ଭର ଏହି ଟେଷ୍ଟିଂ ସଫଳ ହୁଏ, ତେବେ ସେ ଆଉ ଅଧିକ ଲୋକଙ୍କ ଉପରେ ଟେଷ୍ଟିଂ କରିବ । ଏହି ନୂଆ ଉପାୟରେ ଯଦି ହୃଦୟ ରୋଗୀଙ୍କ ଜୀବନ ବଞ୍ଚେ, ତେବେ ଏହା ମେଡିକାଲ ଜଗତରେ କ୍ରାନ୍ତିଠାରୁ କମ ହେବ ନାହିଁ । ଏହି ଚିକିତ୍ସା ବର୍ତ୍ତମାନର ଚିକିତ୍ସାଠାରୁ ଶସ୍ତା ମଧ୍ୟ ହେବ । ଯାହାଦ୍ୱାରା ଅଧିକରୁ ଅଧିକ ଲୋକଙ୍କୁ ଏହାର ଫାଇଦା ମିଳିବ ।

Get real time updates directly on you device, subscribe now.