fbpx

ଯେମିତି ‘ଜଲ ବିନା ମଛଲୀ’: ରବିନ୍ଦ୍ର ଜାଡେଜାଙ୍କୁ ନେଇ ଏମିତି ବୟାନ ଦେଲେ ରବି ଶାସ୍ତ୍ରୀ

Advertisement

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ଅଧିନାୟକ ଭାବରେ ସମ୍ପୂର୍ଣ୍ଣ ଫେଲ ମାରିଛନ୍ତି ରବିନ୍ଦ୍ର ଜାଡେଜା । ଫଳରେ ସିଜନ ଅଧାରୁ ହିଁ ଧୋନୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବାକୁ ପଡଛି । ଏହାପରେ ଜାଡେଜାଙ୍କ ନେତୃତ୍ୱ ଏବଂ ପ୍ରଦର୍ଶନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଇତି ମଧ୍ୟରେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କୋଚ ରବି ଶାସ୍ତ୍ରୀ ମଧ୍ୟ ଏହାକୁ ଏକ ବୟାନ ଜାରି କରିଛନ୍ତି । ଅଧିନାୟକ ଭାବରେ ‘ପାଣି ବିନା ମାଛ’ ବୋଲି ଜାଡେଜାଙ୍କୁ କହିଛନ୍ତି ଶାସ୍ତ୍ରୀ ।

Ravindra Jadeja Captaincy Record and Stats in IPL So Far - myKhel

ଜାଡେଜା ଜଣେ ସ୍ୱଭାବିକ ଅଧିନାୟକ ନୁହଁନ୍ତି । ପୂର୍ବରୁ କୌଣସି ଟୁର୍ଣ୍ଣାମେଣ୍ଟ କିମ୍ବା ମ୍ୟାଚରେ ମଧ୍ୟ ସେ ନେତୃତ୍ୱ ନେଇ ନାହାନ୍ତି । ତେଣୁ ଏହି ଦାୟିତ୍ୱ ତାଙ୍କୁ ଦେବା ଏକ କଠିନ କାର୍ଯ୍ୟ ବୋଲି କହିଛନ୍ତି ରବି ଶାସ୍ତ୍ରୀ । ଲୋକମାନେ ଜାଡେଜାଙ୍କୁ ଜଜ୍ କରିବା ପାଇଁ ଚେଷ୍ଟା କରି ପାରନ୍ତି, କିନ୍ତୁ ଏଥିରେ ଜାଡେଜାଙ୍କର କୌଣସି ଭୁଲ ନଥିବା ସେ ପ୍ରକାଶ କରିଛନ୍ତି । ପ୍ରତ୍ୟେକଟି ମ୍ୟାଚରେ ସେ ଜଳ ବିନା ମାଛ ପରି ଥିଲେ । ତେବେ ଜଣେ ଅଲରାଉଣ୍ଡର ଭାବରେ ତାଙ୍କୁ ତାଙ୍କ ଖେଳ ଉପରେ ଧ୍ୟାନ ସେ ପରାମର୍ଶ ଦେଇଛନ୍ତି । ଅଧିନାୟକ ଦାୟିତ୍ୱ ଦେବା ନିଷ୍ପତ୍ତି ଚେନ୍ନାଇ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

IPL: MS Dhoni returns as Chennai Super Kings captain after Ravindra Jadeja steps down - BBC Sport

ତେବେ ଜାଡେଜାଙ୍କ ନେତୃତ୍ୱରେ ୮ଟି ମ୍ୟାଚରୁ ୨ଟିରେ ବିଜୟ ହାସଲ କରିଥିବା ବେଳେ ଧୋନୀ ଅଧିନାୟକ ଭାର ସମ୍ଭାଳିବା ପରେ ଦଳ ୩ଟି ମ୍ୟାଚରୁ ୨ଟିରେ ବିଜୟୀ ହୋଇଛି । ଏହାପରେଧୋନୀଙ୍କୁ ନେଇ ମଧ୍ୟ ଶାସ୍ତ୍ରୀ ଏକ ପରାମର୍ଶ ଦେଇଛନ୍ତି । ଧୋନୀ ଯଦି ନେତୃତ୍ୱ ନେବା ପାଇଁ ଫିଟ ଏବଂ ଖେଳିବା ପାଇଁ ପ୍ରସ୍ତୁତ ରହନ୍ତି, ତେବେ ଆଗାମୀ ସିଜନରେ ମଧ୍ୟ ସେ ଅଧିନାୟକ ଭାର ସମ୍ଭାଳିବା ଉଚିତ ବୋଲି କହିଛନ୍ତି ରବି ଶାସ୍ତ୍ରୀ ।

Get real time updates directly on you device, subscribe now.