fbpx

ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁରଙ୍କ କମ୍ପାନୀ ନାମରେ ୨୭ କୋଟିର ଠକେଇ: ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ଶକିଲଙ୍କୁ ନେଇ ପୋଲିସର ବଡ଼ ଖୁଲାସା

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ସୋନମ କପୁରଙ୍କ ଶ୍ୱଶୁର ହରିଶ ଆହୁଜାଙ୍କ କମ୍ପାନୀ ନାମରେ ହୋଇଥିବା ଠକେଇକୁ ନେଇ ପୋଲିସ ଏକ ବଡ଼ ଖୁଲାସା କରିଛି । ହରିଶଙ୍କର ଫରିଦାବାଦସ୍ଥିତ ଏକ୍ସପୋର୍ଟ କମ୍ପାନୀରେ ୨୭ କୋଟି ଟଙ୍କାରେ ଠକାମି ହୋଇଛି । ଏହି ମାମଲାରେ ପୋଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ଅଣ୍ଡରୱାର୍ଲ୍ଡ ଡନ୍ ଛୋଟା ଶକିଲର ଶାର୍ପ ସୁଟର ରହିଥିଲା ଓ ସେ ଅପରାଧ ଜଗତ ବାଦଶାହ ବନିବାକୁ ଚାହୁଁଥିଲା । ଏନେଇ ସମସ୍ତ କଳାକାରନାମାର ପର୍ଦ୍ଦାଫାସ କରିଛି ପୋଲିସ ।

ସାଇବର ଠକେଇ ମାମଲାରେ ଦେଶର ୧୫ଟି କମ୍ପାନୀ ପୋଲିସର ଟାର୍ଗେଟରେ ରହିଥିଲେ । ସେଥି ମଧ୍ୟରୁ ୪ଟି କମ୍ପାନୀ ଫର୍ଜି ଡିଜିଟାଲ ସିଗ୍ନେଚର ମାଧ୍ୟମରେ କୋଟି କୋଟି ହଡ଼ପ କରିସାରିଥିଲେ । ନିକଟରେ ହରିଶଙ୍କର କମ୍ପାନୀ ଶାହୀ ଏକ୍ସପୋର୍ଟରେ ୨୭.୬୧ କୋଟିର ସ୍କାଣ୍ଡାଲ ହୋଇଥିବା ପୋଲିସ ଜାଣିପାରିଥିଲା । ତେବେ ଏନେଇ ପୋଲିସ କମିଶନର କହିଛନ୍ତି ଯେ, ସାଇବର ଠକମାନେ ହରିଶଙ୍କ ନାମକୁ ବ୍ୟବହାର କରି ନକଲି କମ୍ପାନୀ ତିଆରି କରିଥିଲେ ଓ କୋଟି କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ଅଭିଯୋଗ ମିଳିବା ପରେ ଫରିଦାବାଦ ସାଇବର ଥାନା ପୋଲିସ ୯ ଜଣଙ୍କୁ ଗିରଫ କରିଛି ।

Get real time updates directly on you device, subscribe now.