fbpx
BSKY SKY
BSKY SKY

ହାତେ ମାପି ଚାଖଣ୍ଡେ ଚାଲୁଛି ପୋଲିସ: ଜେରା ହେବେ ସୋନାଲି ଓ ତାଙ୍କ ମାଆ

BSKY

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ରାଜଧାନୀବାସୀଙ୍କ ମଧ୍ୟରେ ଖୁବ ଜୋରସୋରରେ ଚର୍ଚ୍ଚା ହେବାରେ ଲାଗିଛି ଯୁବ ବ୍ୟବସାୟୀ ସୌମ୍ୟ ରଞ୍ଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣା । ସୌମ୍ୟ ତାଙ୍କର ପ୍ରେମିକା ସୋନାଲି ନନ୍ଦଙ୍କ ନାମ ସୁଇସାଇଡ୍ ନୋଟରେ ଲେଖିଥିବାରୁ ସୋସିଆଲ୍ ମିଡ଼ିଆରେ ପ୍ରେମିକାଙ୍କୁ ଅଧିକ ମାତ୍ରାରେ ଦାୟୀ କରାଯାଉଛି । ଏଥିସହ ଆତ୍ମହତ୍ୟା ପୂର୍ବରୁ ଉଭୟଙ୍କ ମଧ୍ୟରେ ହୋଇଥିବା ଅଡିଓ କଲ ଭାଇରାଲ୍ ହେବାରେ ଲାଗିଛି । ଏସବୁ ପରେ ବି ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିବା ସୌମ୍ୟଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି । ଅନେକ ହତ୍ୟା ଘଟଣାରେ ଗୋଟିଏ ଦିନ ମଧ୍ୟରେ ଦୋଷୀକୁ ଗିରଫ କରାଯାଉଥିବା ବେଳେ ଏହି ଘଟଣାର ଅଭିଯୁକ୍ତ ସୋନାଲିଙ୍କୁ କ’ଣ ପାଇଁ ପୋଲିସ ଘଣ୍ଟ ଘୋଡ଼ାଉଛି ବୋଲି ବିଭିନ୍ନ ମହଲରେ ଆଲୋଚନା ହେଲାଣି ।

ଏହି ଘଟଣାକୁ ଇତିମଧ୍ୟରେ ୧୦ ଦିନ ବିତିଯାଇଥିଲେ ହେଁ ପୋଲିସ କ’ଣ ପାଇଁ ଏହା ଘଟଣା ପଛର ଦୋଷୀମାନଙ୍କୁ ପଚରାଉଚରା କରୁନାହିଁ । ପୋଲିସ କେବଳ ଏକ ଅପମୃତ୍ୟୁ ମାମଲା ରୁଜୁ କରିଦେଇ ଚୁପ୍ ବସିଛି । ତେବେ ଏହି ଆତ୍ମହତ୍ୟା ପାଇଁ ସୋନାଲି ଦାୟୀ ବୋଲି କିଛି ବରିଷ୍ଠ ଆଇନଜୀବୀ ମଧ୍ୟ ମତ ଦେଇଛନ୍ତି । ଏନେଇ ଭାରରାଲ ହୋଇଥିବା ଏକ ଅଡିଓ କଲରେ ସୌମ୍ୟ କାନ୍ଦୁଥିବା ବେଳେ ସୋନାଲି ତାଙ୍କ ସହ କଥା ହେବାକୁ ମନା କରୁଥିବା ଜଣାପଡ଼ୁଛି ।

ଅନ୍ୟପକ୍ଷରେ ପୋଲିସ ଇତିମଧ୍ୟରେ ସୌମ୍ୟଙ୍କ ମାଆ ଓ ଭଉଣୀଙ୍କ ବୟାନ ରେକର୍ଡ କରିସାରିଥିବା ବେଳେ ଖୁବଶୀଘ୍ର ସୌମ୍ୟଙ୍କ ପ୍ରେମିକା ଓ ତାଙ୍କ ମାଆଙ୍କ ବୟାନ ରେକର୍ଡ କରାଯିବ । ସୌମ୍ୟଙ୍କ ସୁଇସାଇଡ୍ ନୋଟକୁ ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଯାଇଥିବା ବେଳେ ପ୍ରମାଣ ମିଳିଲେ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଭଳି ସମ୍ବେଦନଶୀଳ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ପୋଲିସକୁ ସମୟ ଦିଆଯିବା ଆବଶ୍ୟକ ବୋଲି ଜଣେ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.