fbpx
BJD SKY
BJD SKY

୪୦ ଲକ୍ଷ ଫଲୋଅର୍ସ ସହିତ ଫୋର୍ବସ୍ ଅଣ୍ଡର୍ ୩୦ ତାଲିକାରେ ସାମିଲ ହେଲେ ଜନ୍ନତ୍ ଜୁବୈର୍

BJD

ମୁମ୍ବାଇ: ଟେଲି ଅଭିନେତ୍ରୀ ଜନ୍ନତ୍ ଜୁବେର୍ ସୋସିଆଲ୍ ମିଡିଆରେ ଖୁବ୍ ଆକ୍ଟିଭ୍ ରହିଥାନ୍ତି । ଖାସ୍ କରି ଇନଷ୍ଟାଗ୍ରାମରେ ସେ ବେଶ୍ ଆକ୍ଟିଭ୍ ରହିଥାନ୍ତି । ଅଳ୍ପ ବୟସରୁ ହିଁ ତାଙ୍କ ଫ୍ୟାନ୍ସ ଫଲୋଇଂ ଖୁବ୍ ଅଧିକ । ଏହି ମାମଲାରେ ସେ ବଡ଼ ବଡ଼ କଳାକାରଙ୍କୁ ପଛରେ ପକାଇଛନ୍ତି । ଏହି କ୍ରମରେ ଜନ୍ନତ୍ ନିଜ ସୋସିଆଲ୍ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର ସେୟାର୍ କରିଛି ।

ସୂଚନା ରହିଛି ଯେ, ଜନ୍ନତ୍ ସୋସିଆଲ୍ ମିଡିଅଆରେ ଏକ ପୋଷ୍ଟ୍ ସେୟାର୍ କରି କହିଛନ୍ତି ଯେ, ଇନଷ୍ଟାଗ୍ରାମରେ ୪୦ ମିଲିୟନ୍ ଫଲୋଅର୍ସ ହେବା ପରେ ତାଙ୍କ ନାମ ଫୋର୍ବସ୍ ଅଣ୍ଡର୍ ୩୦ ତାଲିକାରେ ସ୍ଥାନ ପାଇଛି । ତାଙ୍କ ପାଇଁ ଏହା ଏକ ବଡ଼ ଉପଲବ୍ଧି ହୋଇଛି । ତେଣୁ ସେ ପୋଷ୍ଟ୍ ଜରିଆରେ ଖୁସି ଜାହିର୍ କରିଛନ୍ତି ।

ଇଣ୍ଟରନେଟ୍ ରେ ୪୦ ମିଲିୟନ୍ ଫ୍ୟାନ୍ ଫଲୋଇଂ ସହିତ ଜନ୍ନତ୍ ଅଣ୍ଡର୍ ୩୦ ଫେମସ୍ ଫେସ୍ ତାଲିକାରେ ନିଜ ସ୍ଥାନ ବନେଇଛନ୍ତି । ଏକ ଫଟୋ ଜରିଆରେ ସେ ନିଜ ଖୁସି ଜାହିର୍ କରିଛନ୍ତି । ୱର୍କ ଫ୍ରଣ୍ଟ୍ କଥା ଯଦି କହିବା ତେବେ ସେ କୁନି କଳାକାର ଭାବରେ ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ଏକାଧିକ ଧାରାବାହିକରେ ତାଙ୍କୁ ଦେଖିବାକୁ ମିଳିଛି । ୨୦ ବର୍ଷୀୟା ଜନ୍ନତ୍ ଜୁବୈର୍ କଲର୍ସ ଟିଭିରେ ପ୍ରସାରିତ ହୋଇଥିବା ସିରଳ୍ଲ୍ ଫୁଲୱା ରୁ ନିଜର ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ ।

Get real time updates directly on you device, subscribe now.