fbpx
BJD SKY
BJD SKY

କିଏ ହେବ ଭୁବନେଶ୍ୱରର ପରବର୍ତ୍ତୀ ମେୟର: ବିଜେଡି, ବିଜେପି ଓ କଂଗ୍ରେସରେ ଏକାଧିକ ମହିଳା ଆଶାୟୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ଥର ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପାଇବ ମହିଳା ମେୟର । ଆଜି ଏନେଇ ନିର୍ବାଚନ କମିଶନ ସର୍ବଦଳୀୟ ବୈଠକ ଡାକିଥିବା ବେଳେ ନିର୍ବାଚନ ତାରିଖ ଘୋଷଣା ହୋଇପାରେ । ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପରେ ପୌର ନିର୍ବାଚନ ହେବା ନେଇ ପ୍ରସ୍ତୁତି ଚାଲିଛି । ଏହା ପରେ ମେୟର ନିର୍ବାଚନ ହେବ । ତେଣୁ ଏନେଇ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ମଧ୍ୟରେ ଆରମ୍ଭ ହୋଇଗଲାଣି ରଣନୀତି ।

ବିଜେଡି କଥା ଯଦି ଆଲୋଚନା କରିବା, ତେବେ ଏଠାରେ ଏକାଧିକ ମହିଳା ଆଶାୟୀଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି । ତେବେ ବିରୋଧୀ ବିଜେପିର ସାଂସଦ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଟକ୍କର ଦେବାକୁ ଦଳ ଜଣେ ଟାଣୁଆ ନେତ୍ରୀଙ୍କୁ ଆଗକୁ ଆଣିବାର ସମ୍ଭାବନା ରହିଛି । ଗତ ୨୦୧୯ ଲୋକସଭା ନିର୍ବାଚନରେ ଅପରାଜିତା ଷଡ଼ଙ୍ଗୀ ଯେଭଳି ଭାବେ ବିଜେଡି ପ୍ରାର୍ଥୀ ଅରୁପ ପଟ୍ଟନାୟକଙ୍କୁ ପରାସ୍ତ କରିଥିଲେ ସେ ଭୁଲରୁ ବିଜେଡି ଶିକ୍ଷାଲାଭ କରିଛି ।

ବିଜେପି କଥା ଯଦି କହିବା, ଏଠାରେ କୌଣସି ମହିଳା ପ୍ରାର୍ଥୀଙ୍କ ନାମ ଚର୍ଚ୍ଚାକୁ ଆସିନାହିଁ । ତେବେ ଏହି ନିର୍ବାଚନ ଅପରାଜିତାଙ୍କ ପାଇଁ ସମ୍ମାନର ପ୍ରଶ୍ନ । କଂଗ୍ରେସ କଥା ଯଦି ବିଚାର କରିବା, ତେବେ ଏହି ଦଳ ଏକ ପ୍ରକାର ନିରବ ବସିଛି । କଂଗ୍ରେସରୁ କିଏ ପ୍ରାର୍ଥୀ ହେବା ନେଇ କିଛି ସ୍ୱର ଶବ୍ଦ ଶୁଣାଯାଉ ନାହିଁ । ତେବେ ତିନି ଦଳରୁ ଯିଏ ପ୍ରାର୍ଥୀ ହେଉନା କାହିଁକି, ଏହା ନିଶ୍ଚିତ ଭାବେ ଅନ୍ତଃକନ୍ଦଳକୁ ବଢ଼ାଇବ । ଏଥର ମେୟର ନିର୍ବାଚନ ନିଶ୍ଚିତ ଭାବେ ରାଜଧାନୀର ରାଜନୀତିକୁ ସରଗରମ୍ କରିବ । ତେଣୁ ତିନି ଦଳ ବର୍ତ୍ତମାନ ସମୟରେ ବୋଧହୁଏ ନିରବ ରହି ଆଗାମୀ ଯୁଦ୍ଧ ପାଇଁ ଅସ୍ତ୍ର ଧାର କରିବାରେ ବ୍ୟସ୍ତ ରହିଛନ୍ତି ବୋଲି ରାଜନୀତିକ ସମୀକ୍ଷକମାନେ ମତ ଦେଉଛନ୍ତି ।

Get real time updates directly on you device, subscribe now.