fbpx

ଜମ୍ମୁ-କାଶ୍ମୀରରେ ପୁଣି ଆକ୍ରମଣ: ଆତଙ୍କବାଦୀଙ୍କ ଗୁଳିରେ ପୋଲିସ କର୍ମଚାରୀ ମୃତ, ଝିଅ ଗୁରୁତର

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଟାର୍ଗେଟରେ ସବୁବେଳେ ରହିଛି ଜମ୍ମୁ-କାଶ୍ମୀର । ଆଜି ପୁଣି ଥରେ ଶ୍ରୀନଗର ଜିଲ୍ଲାର ସୁକା ଅଞ୍ଚଳରେ ଆତଙ୍କବାଦୀ ଆକ୍ରମଣ କରିଛନ୍ତି । ଏହି ଆକ୍ରମଣରେ ଜଣେ ପୋଲିସ କର୍ମଚାରୀ ଶହୀଦ ହୋଇଥିବା ବେଳେ ତାଙ୍କ ଝିଅ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ପୋଲିସ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ସୈଫୁଲ୍ଲାହ କାଦରୀ ଗୁରୁତର ଆହତ ହୋଇଥିଲେ । ତେବେ ତାଙ୍କର ଚିକିତ୍ସା ଚାଲୁ ରହିଥିବା ବେଳେ ସେ ମୃତ୍ୟୁବରଣ କରିଛନ୍ତି । ସୈଫୁଲ୍ଲାହଙ୍କ ସହିତ ତାଙ୍କ ଝିଅ ମଧ୍ୟ ଆତଙ୍କବାଦୀଙ୍କ ଗୁଳିରେ ଆହତ ହୋଇଛନ୍ତି । ଏ ନେଇ ସୂଚନା ଦେଇଛନ୍ତି ଜମ୍ମୁ କାଶ୍ମୀର ପୋଲିସ ।

ମେଡିକାଲରେ ପହଞ୍ଚିବା ପରେ ସୈଫୁଲ୍ଲାହଭ୍କର ମୃତ୍ୟୁ ହୋଇଥିବା କହିଛନ୍ତି ଡାକ୍ତର ଜି.ଏଚ ୟାତୁ । ତେବେ ଆହତ ହୋଇଥିବା ତାଙ୍କ ଝିଅର ସ୍ୱାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି । ଆକ୍ରମଣର ଖବର ପାଇ ସାଙ୍ଗେ ସାଙ୍ଗେ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ସ୍ଥାନୀୟ ଅଞ୍ଚଳକୁ ଘେରାଉ କରିବା ସହ ଆତଙ୍କୀମାନଙ୍କୁ ପୋଲିସ ଖୋଜାଖୋଜି ଜାରି ରଖିଛି ।

Get real time updates directly on you device, subscribe now.