fbpx

ଭଡ଼ାରେ ମିଳୁଛନ୍ତି ପୋଲିସବାବୁ, ଏହାକୁ ନେଇ ଏବେ ବିବାଦ: ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

କିଛି ଦିନ ହେବ କେରଳରେ ଏକ ଆଇନକୁ ନେଇ ବିବାଦ ଦେଖାଦେଇଛି । ଏଠାରେ ଏକ ପୁରୁଣା ନିୟମ ଅଛି ଯେ ଭଡ଼ାରେ ଯେକେହିବି ପୋଲିସକୁ ନିଯୁକ୍ତି ଦେଇପାରିବେ । ଏଥିପାଇଁ ଆପଣଙ୍କୁ ସେହି ପୋଲିସକୁ କିଛି ଅର୍ଥ ଦେବାକୁ ପଡିବ । ମାତ୍ର ୭୦୦ ଟଙ୍କାରେ ଜଣେ କନେଷ୍ଟବଳଙ୍କୁ ଦିନ ସାରା ରଖିପାରିବା ବେଳେ ୨୫୬୦ ଟଙ୍କାରେ ଜଣେ ଇନ୍ସପେକ୍ଟରଙ୍କୁ ରଖିପାରିବେ । ସେହିପରି ମାତ୍ର ୩ ହଜାର ୩୧୦ ଟଙ୍କାରେ ପୁରା ଥାନାକୁ ଭଡ଼ାରେ ନେଇପାରିବେ ।

ବର୍ତ୍ତମାନ କେରଳର ଏହି ପୁରୁଣା ନିୟମକୁ ନେଇ ବିବାଦ ଦେଖାଦେଇଛି । କୁନ୍ନୁରର ଜଣେ ବ୍ୟକ୍ତି ନିଜର ଝିଅ ବାହାଘରରେ ଭିଆଇପିଙ୍କ ସୁରକ୍ଷା ପାଇଁ ୪ ଜଣ କନେଷ୍ଟବଳଙ୍କୁ ଭଡ଼ାରେ ନେଇଥିବା ବେଳେ ସେଠାକୁ କିନ୍ତୁ କୌଣସି ଭିଆଇପି ଆସିନଥଲେ । ତେବେ ଏହି ଘଟଣା ଘଟିବା ପରେ କେରଳ ପୋଲିସର ଅନେକ ଅଧିକାରୀ ଏହି ପୁରୁଣା ନିୟମକୁ ନେଇ ବିିରୋଧ କରୁଛନ୍ତି ।

ସଂଶୋଧିତ ରେଟ୍ ଚାର୍ଟ ଅନୁଯାୟୀ ବ୍ୟକ୍ତିଗତ କାମ, ଫିଲ୍ମ ସୁଟିଙ୍ଗ ଏବଂ ବିଭିନ୍ନ ସମାରୋହରେ ପୋଲିସର ସୁରକ୍ଷା ପାଇଁ ରାଙ୍କ୍ ଅନୁସାରେ ଆପଣଙ୍କୁ ଟଙ୍କା ଦେବାକୁ ପଡିଥାଏ । ତେବେ ସିଆଇ ରାଙ୍କ୍ ର ଅଧିକାରୀମାନଙ୍କ ପାଇଁ ଦିନକୁ ୩ହଜାର ୭୯୫ ଏବଂ ରାତିକୁ ୪ ହଜାର ୭୫୦ ଟଙ୍କା ଦେବାକୁ ପଡିଥାଏ । ସେହିପରି ଏସଆଇ ରାଙ୍କ୍ ର ଅଧିକାରୀଙ୍କ ପାଇଁ ଦିନକୁ ୨୫୬୦ ଟଙ୍କା ଏବଂ ରାତିକୁ ୪୩୬୦ ଟଙ୍କା ଦେବାକୁ ପଡିଥାଏ ।

କେରଳ ପୋଲିସ ଅଧୀନିୟମ ଧାରା ୬୨ (୨) ଅନୁସାରେ କୁହାଯାଇଛି ଯେ ନିଜର ବ୍ୟକ୍ତିଗତ ବ୍ୟବହାର ପାଇଁ କେହି ବି ପୋଲିସକୁ ଭଡାରେ ରଖିବାର କୌଣସି ଅଧିକାର ନାହିଁ । ବେସରକାରୀ ବ୍ୟକ୍ତି କିମ୍ବା ଅନୁଷ୍ଠାନ ପାଇଁ ସୁରକ୍ଷାର ଆବଶ୍ୟକତା ଥିବା ବେଳେ ରାଜ୍ୟ ଶିଳ୍ପ ସୁରକ୍ଷା ବଳ ନିଯୁକ୍ତ କରାଯାଇପାରିବ । ତେବେ ପୋଲିସ ଅଧିକାରୀ ସଂଘ ଏହି ଘଟଣାକୁ ନେଇ କେରଳର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ପୋଲିସ ମୁଖ୍ୟଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.