fbpx

ଲାଞ୍ଚ ନେବାକୁ ମନା କରିବାକୁ ବିଚ୍ ରାସ୍ତାରେ ପୋଲିସକର୍ମୀଙ୍କୁ ‘କିସ୍’ କଲେ ମହିଳା, VIDEO VIRAL

ନୂଆଦିଲ୍ଲୀ: ସାଧାରଣତଃ ପୋଲିସ ଅଧିକାରୀମାନେ ଲାଞ୍ଚ ନେଉଥିବାର ଆପଣ ଦେଖିଥିବା ଅଥବା ଶୁଣିଥିଲେ । ସୋସିଆଲ ମିଡିଆରେ ଏପରି ଭିଡିଓ ମଧ୍ୟ ଭାଇରାଲ ହେଉଛି । କିନ୍ତୁ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପୋଲିସ ଅଧିକାରୀ ଲାଞ୍ଚ ନେବାକୁ ମନା କରିବାରୁ ମହିଳା ତାଙ୍କୁ ଜବରଦନ୍ତ ‘କିସ୍’ କରିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । କିନ୍ତୁ କିଛି ଭିଡିଓ ଏପରି ରହିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥାଏ । ଭାଇରାଲ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ଅପରାଧରେ ପୋଲିସ୍ ଜଣେ ମହିଳାଙ୍କୁ ଧରିଥିଲେ । ମହିଳା ଜଣକ ନିଜକୁ ମୁକ୍ତ କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ସେ ଏଥିରେ ସଫଳ ହୋଇପାରୁନାହାନ୍ତି । ଅନେକ ଚେଷ୍ଟା ପରେ ମଧ୍ୟ ଯେତେବେଳେ କିଛି ରେଜଲ୍ଟ ମିଳିନଥିଲା, ସେତେବେଳେ ପୋଲିସକର୍ମୀଙ୍କୁ ମହିଳା ଜଣକ ବିଚ୍ ରାସ୍ତାରେ ସମସ୍ତଙ୍କ ସାମ୍ନାରେ କିସ୍ କରିଥିଲେ । ମହିଳାଙ୍କ ଏଭଳି କାର୍ଯ୍ୟକଳାପ ଦେଖି ସେଠାରେ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ ।

ଏହି ଭିଡିଓଟି ଇନଷ୍ତଟାଗ୍ରାମରେ ‘ଘଣ୍ଟା’ ନାମରେ ସେୟାର କରାଯାଇଥିବା ବେଳେ ଲକ୍ଷାଧିକ ଲୋକେ ଏହାକୁ ଦେଖିସାରିଲେଣି । ୬୨ ହଜାରରୁ ଅଧିକ ଲୋକ ଏହାକୁ ପସନ୍ଦ କରିଥିବା ବେଳେ ଅନେକ ଏଥିରେ ମଜାଳିଆ କମେଣ୍ଟ ଦେଉଥିବା ଦେଖିବାକୁ ମିଳିଛି ।

 

View this post on Instagram

 

A post shared by memes | news | comedy (@ghantaa)

 

Get real time updates directly on you device, subscribe now.