fbpx

ରଥ ଉପରେ ନୀତି ବିଳମ୍ବ: ଭୋକରେ ମହାପ୍ରଭୁ

ପୁରୀ: ପୁରୀରେ ରଥ ଉପରେ ନୀତି ବିଳମ୍ବ ହୋଇଛି, ଫଳରେ ଉପବାସରେ ଅଛନ୍ତି ଶ୍ରୀଜିଉ । ଏଯାଏଁ ହୋଇନି ଶ୍ରୀଜିଉଙ୍କ ଗୋପାଳ ବଲ୍ଲଭ ନୀତି । ଅବକାଶ ନୀତି ସରିଥିଲେ ବି ଏପର୍ଯ୍ୟନ୍ତ ଗୋପାଳ ବଲ୍ଲଭ ନୀତି ହୋଇପାରିନାହିଁ । କେଉଁ କାରଣ ପାଇଁ ନୀତି ବିଳମ୍ବ ହେଉଛି, ସେନେଇ କିଛି ସ୍ପଷ୍ଟ କରିନି ପ୍ରଶାସନ । ଅନ୍ୟପଟେ ସମନ୍ୱୟ ଅଭାବରୁ ନୀତି ବିଳମ୍ବ ଅଭିଯୋଗ ହୋଇଛି ।

ସୂଚନା ମୁତାବକ, JTP, ଚର୍ଚ୍ଚା ଓ କୋଠ ଭୋଗ ମହାସୁଆରଙ୍କୁ ପୋଲିସ ନଛାଡ଼ିବାରୁ ନୀତି ବିଳମ୍ବ ହୋଇଥିବା ଜଣାପଡିଛି । ନୀତି ବିଳମ୍ବ ନେଇ ବରିଷ୍ଠ ପୋଲିସ ଅଧିକାରୀ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ଚାଲିଛି । ପାସ୍‌ ଦେଖାଇଲେ କାହାକୁ ପୋଲିସ ଅଟକାଇବେନି ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

Get real time updates directly on you device, subscribe now.