fbpx
BJD SKY
BJD SKY

ଝାରପଡା ସ୍ଥିତ ସ୍ୱସ୍ତିକ ଯୋଗ ଶିବିରରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

BJD

ଭୁବନେଶ୍ୱର: ଝାରପଡା ସ୍ଥିତ ସ୍ୱସ୍ତିକ ଯୋଗ ଶିବିର ରେ ବୁଧବାର ୯ ତମ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଗୁରୁ ପ୍ରତାପ କୁମାର ମିଶ୍ରଙ୍କ ନେତୃତ୍ୱରେ ଆୟୋଜିତ ଯୋଗ ଅଧିବେଶନରେ ଯୋଗ ଶିବିରର ସମସ୍ତ ସଦସ୍ୟ ବହୁ ସଂଖ୍ୟାରେ ଛାତ୍ର ଛାତ୍ରୀ,ବ୍ୟାଙ୍କସମୋର ଫାଇନାନ୍ସ ର ସଦସ୍ଯ, ଆଇସିଆଇସିଆଇ ବ୍ୟାଙ୍କ ର କର୍ମଚାରୀ, ଓ ଯୋଗ ସମିତି ର ମହିଳା ସଦସ୍ୟ ଏହି କାର୍ଯ୍ୟକର୍ମ ରେ ସକ୍ରିୟ ଅଂଶ ଗ୍ରହଣ କରି ଯୋଗାଭ୍ୟାଷ କରିଥିଲେ।

ଏହି ପରିପ୍ରେକ୍ଷୀରେ ଯୋଗ ଗୁରୁ ପ୍ରତାପ କୁମାର ମିଶ୍ର ବିଭିନ୍ନ ଯୋଗ କ୍ରିୟା ଓ ସୁସ୍ଥ ଜୀବନଯାପନ ରେ ଯୋଗର ମହତ୍ୱ ବିଷୟରେ ବିସ୍ତୁତ ବୁଝାଇଥିଲେ। ଏହି ଯୋଗ ଅଧିବେଶନ କୁ ଯୋଗ ଶିବିରର ସଦସ୍ୟ ସୁବାଷ ସାହୁ, ପ୍ରଦୀପ ରାଉତ, ସୁଦୀପ୍ତ ମହାନ୍ତି, ରବୀନ, ଅଶୋକ, ସୋନୁ ଷଡ଼ଙ୍ଗୀ ସ୍ନେହାଜଳୀ ମହାପାତ୍ର ସମସ୍ତେ ପରିଚାଳନା କରିଥିେଲେ।

Get real time updates directly on you device, subscribe now.