fbpx

ମେକ୍ସିକୋରେ ରାଜନୈତିକ ହିଂସା: ୬ ପ୍ରାର୍ଥୀଙ୍କ ହେଲାଣି ହତ୍ୟା

ମେକ୍ସିକୋ: ମେୟରଙ୍କ ହତ୍ୟାର ଆଧିକାରିକ ପୁଷ୍ଟି ହ୍ୱାଟ୍ସଅପରେ ସର୍କୁଲେଟ ହେଉଛି । ଫଟୋରେ ଏକ ଟ୍ରକ ଉପରେ ଏକ କଟା ମୁଣ୍ଡ ଦେଖିବାକୁ ମିଳୁଛି । କଟା ମୁଣ୍ଡ ଜଣେ ମେୟରଙ୍କର । ମେୟରଙ୍କ ହତ୍ୟା ନୂଆ ସରକାରର ସଚିବ ଫ୍ରାନ୍ସିସ୍କୋ ତାପିୟାଙ୍କୁ ଗୁଳି କରି ହତ୍ୟା କରିବାର ତିନି ଦିନ ପରେ ସାମ୍ନାକୁ ଆସିଛି । ଏହି ଘଟଣା ହେଉଛି ଉତ୍ତର ଆମେରିକାର ମେକ୍ସିକୋ ସିଟିର ।

ମେକ୍ସିକୋର ହିଂସାଗ୍ରସ୍ତ ରାଜ୍ୟ ଗୁଏରେରୋର ରାଜଧାନୀର ମେୟର ପଦ ସମ୍ଭାଳିବାର ୬ ଦିନରେ ମେୟରଙ୍କୁ ହତ୍ୟା କରାଯାଇଛି । ରାଜ୍ୟର ଗଭର୍ନର ଏନେଇ ସୂଚନା ଦେଇଛନ୍ତି । ଏଲେକ୍ଜାଣ୍ଡା ଆର୍କୋସ ୬ ଦିନ ଆଗରେ ଦକ୍ଷିଣ ପଶ୍ଚିମ ମେକ୍ସିକୋର ଚିଲପେନ୍ସିଗୋର ମେୟର ହୋଇଥିଲେ । ଗୁଏରେରୋ ଗଭର୍ନର ଏଭଲିନ ସାଲଗାଡୋ ସୋସିଆମ ମିଡିଆରେ ସେୟାର କରି ଘଟଣାର ପୁଷ୍ଟି କରିଛନ୍ତି । ଗଭର୍ନର ଲେଖିଛନ୍ତି କି, ଆର୍କୋସର ମୃତ୍ୟୁ ପୂରା ଗୁଏରେରୋକୁ ଶୋକସନ୍ତପ୍ତ କରିଦେଇଛି । ଏହି ହତ୍ୟା ଆମ ଭିତରେ ଆକ୍ରୋଶ ସୃଷ୍ଟି କରିଛି । ଘଟଣାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଗଭର୍ନର କହିଛନ୍ତି ।

ତେବେ ମେୟରଙ୍କ ହତ୍ୟା ଖବର ହ୍ୱାଟ୍ସଅପ ସେୟାର ପରେ ସାମ୍ନାକୁ ଆସିଥିଲା । ଏହା ପୂର୍ବରୁ ଜଣେ ସରକାରୀ ସଚିବଙ୍କୁ ମଧ୍ୟ ଗୁଳିକରି ହତ୍ୟା କରାଯାଇଥିଲା । ଏହାକୁ ନେଇ ସିନେଟର ଏଲେଜାନ୍ଦ୍ରୋ ମୋରେନୋ କହିଛନ୍ତି କି, ସେ ଜଣେ ଯୁବକ ଓ ବିଶ୍ୱସ୍ଥ ଅଧି୍କରୀ ଥିଲେ । ମେକ୍ସିକୋରେ ୨ ଜୁନକୁ ହୋଇଥିବା ନିର୍ବାଚନର୬ ଜଣ ପ୍ରାର୍ଥୀଙ୍କର ମୃତ୍ୟୁ ହୋଇସାରିଲାଣି ।

Get real time updates directly on you device, subscribe now.