ଭୁବନେଶ୍ୱର,(ଭାସ୍କର ନ୍ୟୁଜ୍): କାଁ ଭାଁ କେତେକ ହିଂସାକାଣ୍ଡକୁ ଛାଡ଼ିଦେଲେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ନିମନ୍ତେ ଗୁରୁବାର ଶାନ୍ତିୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଛି । ଏହି ପର୍ଯ୍ୟାୟରେ ୭୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିବା ରାଜ୍ୟ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ଦିଆଯାଇଛି । ଏହି ପର୍ଯ୍ୟାୟରେ ୨୫ଟି ଜିଲ୍ଲାର ୪୮ଟି ବ୍ଲକର ୧୩୧ ଜିଲ୍ଲା ପରିଷଦ ଓ ୯୭୫ ପଞ୍ଚାୟତ ନିମନ୍ତେ ମତଦାନ ଅନୁଷ୍ଠିତ ହୋଇଥିଲା । ଏଥିପାଇଁ ୧୩୫୧୪ ବୁଥ୍ ସ୍ଥାପନ କରାଯାଇଥିଲା । ପୂର୍ବ ହିଂସାକୁ ନଜରରେ ରଖି ପ୍ରାୟ ସମସ୍ତ ବୁଥ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅଧିକ ଫୋର୍ସ ମୁତୟନ କରାଯିବା ସହ ବହୁ ସ୍ଥାନରେ ଭ୍ରାମ୍ୟମାଣ ପୋଲିସ ଟିମ୍ ନିୟୋଜିତ କରାଯାଇଥିଲା ।
ତେବେ ଦୀର୍ଘ ୧୫ ବର୍ଷ ପରେ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଯନ୍ତ୍ରୀ ପଞ୍ଚାୟତର ଭୋଟରମାନେ ମତଦାନ କରିଛନ୍ତି । ପୂର୍ବରୁ ଲାଲବାହିନୀ ଭୟରେ ସେମାନେ ଭୋଟ ଦେବାକୁ ଭୟ କରୁଥିଲେ । ଗତ ୧୦ ବର୍ଷ ତଳେ ଏହି ପଞ୍ଚାୟତ ଗଠନ ହୋଇଥିଲେ ମଧ୍ୟ ଏହି ପଞ୍ଚାୟତ ଅଧୀନରେ ଥିବା ଗାଁ ଗୁଡ଼ିକର ଜନସାଧାରଣ ତା’ର ୫ ବର୍ଷ ପୂର୍ବରୁ ମଧ୍ୟ ଭୋଟ ଦେଉନଥିଲେ । ଯନ୍ତ୍ରୀ ପଞ୍ଚାୟତର ତୋଟାଗୁଡାଠାରେ ୧୧ଟି ବୁଥ୍ ସ୍ଥାପନ କରାଯାଇଥିଲା । ସେହିପରି ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳରେ ୮୧ଟି ସମ୍ବେଦନଶୀଳ ବୁଥ୍ ରହିଥିବାବେଳେ ତା’ମଧ୍ୟରୁ ୬୦ଟି ଅତି ସମ୍ବେଦନଶୀଳ ବୁଥ୍ ରହିଥିଲା । ଏହି ସ୍ଥାନଗୁଡ଼ିକରେ ଅଧିକ ସଂଖ୍ୟକ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଥିଲା । ଦୀର୍ଘଦିନ ପରେ ଭୋଟ ଦେଉଥିବାରୁ ଭୋଟରମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା । ସକାଳ ୭ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ଏହି ମତଦାନ ପ୍ରକ୍ରିୟା ଚାଲୁ ରହିଥିଲା । ତେବେ ମତଦାନ ସମୟରେ କଟକ ଜିଲ୍ଲା ନିଆଳି ବ୍ଲକରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାରୁ ମତଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା ।
ନିଆଳି ବ୍ଲକ ପୋଖରିଗାଁ ପଞ୍ଚାୟତର ୧ ନମ୍ବରରୁ ୫ ନମ୍ବର ବୁଥ୍, ୨୦ ଓ ୨୧ ନମ୍ବର ବୁଥ୍କୁ ପ୍ରାୟ ୫୦ରୁ ଅଧିକ ଦୁର୍ବୃତ୍ତ ନିଜ ଦଖଲକୁ ନେଇଯାଇଥିବା ଅଭିଯୋଗ ହୋଇଥିଲା । ସେମାନେ ୩ ଘଣ୍ଟାରୁ ଅଧିକ ସମୟ ବୁଥ୍ ଜବରଦଖଲ କରି ମନଇଚ୍ଛା ଭୋଟଦାନ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସେହିରି ୧୧ରୁ ୧୯ ନମ୍ବର ବୁଥ୍ରେ ଥିବା ଭୋଟ ବାକ୍ସକୁ ଦୁର୍ବୃତ୍ତମାନେ ଫୋପାଡ଼ିବା ସହ ଭୋଟବାକ୍ସରେ ପାଣି ପୂରାଇ ଦେଇଥିଲେ । ସେହିପରି ଭ୍ରଦଖ ଜିଲ୍ଲା ଧାମନଗର ଅର୍ଜୁନପୁର ପଞ୍ଚାୟତର ୩, ୪ ଓ ୮ ନମ୍ବର ବୁଥ୍ର ଏଜେଣ୍ଟମାନଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ସେମାନଙ୍କୁ ବୁଥ୍ରୁ ବାହାର କରିଦେଇଥିଲେ । ପରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବା ପରେ ମତଦାନ ପ୍ରକ୍ରିୟା ସ୍ୱାଭାବିକ ହୋଇଥିଲା । ସେହିପରି ଧାମନଗର ବ୍ଲକ କଟସାହି ପଞ୍ଚାୟତର ୧ ନମ୍ବର ୱାର୍ଡର ଜଣେ ଏଜେଣ୍ଟ ବୁଥ୍ରୁ ବାଲାଟପେପର ଛଡ଼ାଇନେଇ ପଳାଇଯାଇଥିବା ଅଭିଯୋଗ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ି କହିଛନ୍ତି ଯେ କେତେକ ବୁଥ୍ରେ ହିଂସାକାଣ୍ଡ ଘଟିଥିବା ନେଇ ଖବର ମିଳିଛି । ଏନେଇ ଜିଲ୍ଲାପାଳମାନଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ମିଳିବା ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ।
ଅନ୍ୟପକ୍ଷରେ ଆସନ୍ତା ୨୬ ତାରିଖରୁ ୨୮ ତାରିଖ ୩ ଦିନ ଧରି ଭୋଟଗଣତି ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିନେଇ କମିଶନଙ୍କ ପକ୍ଷରୁ ପ୍ରସ୍ତୁତି ପର୍ବ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗଣତି ସମୟରେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେନେଇ ନିର୍ବାଚନ କମିଶନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲଙ୍କୁ ସମସ୍ତ ପଦକ୍ଷେପ ନେବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତ