fbpx

Polygamy Ban: ବହୁବିବାହ ନିଷିଦ୍ଧକୁ ନେଇ ଆକ୍ସନ ମୋଡରେ ହିମନ୍ତ ସରକାର

AAKASH

ଦିସପୁର: ଉତ୍ତରାଖଣ୍ଡରେ Uniform Civil Code (UCC ) ଲାଗୁ ହେବା ନେଇ ପ୍ରସ୍ତୁତି ଚାଲିଥିବା ବେଳେ ଆସାମରେ ହିମନ୍ତ ସରକାର ବହୁବିବାହ(Polygamy) ନିଷିଦ୍ଧ କରିବା ନେଇ ଚର୍ଚ୍ଚା ହେଉଛି । ଏନେଇ ହିମନ୍ତ ସରକାର ବଜେଟ ଅଧିବେଶନରେ Polygamy Ban Bill ଉପସ୍ଥାପନ କରିବା ନେଇ ସୂତ୍ରରୁ ପ୍ରକାଶ । ତେବେ ହିମନ୍ତ ସରକାର ବହୁବିବାହ ବିରୋଧରେ ଆକ୍ସନ ମୋଡରେ ନଜର ଆସିଥିବା ବେଳେ ଏହାକୁ ବେଆଇନ୍ ଘୋଷଣା କରିବାକୁ ପ୍ରସ୍ତୁତି ଚଲାଇଛନ୍ତି ।

ଫେବୃଆରୀ ୫ ତାରିଖରୁ ଆସାମ ବିଧାନସଭାର ବଜେଟ ଅଧିବେଶନ ଆରମ୍ଭ ହେଉଛି । ଏହି ଅଧିବେଶନରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ଆଗତ ହେବ । ଏହା ବ୍ୟତୀତ ଫେବୃଆରୀ ୧୨ରେ ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ ହେବ । ଉତ୍ତରାଖଣ୍ଡରେ UCC ଲାଗୁ ହେବା ପ୍ରସ୍ତୁତି ବର୍ତ୍ତମାନ ଶେଷ ପର୍ଯ୍ୟାୟରେ । ଏନେଇ ଶୁକ୍ରବାର ଡ୍ରାଫ୍ଟ ପ୍ରସ୍ତୁତ କରୁଥିବା କମିଟି ଏକ ରିପୋର୍ଟ ପ୍ରସ୍ତୁତ କରି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସଂହ ଧାମୀଙ୍କୁ ଦେଇଛନ୍ତି । ଅପରପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଆସାମରେ ବହୁ ବିବାହକୁ ନିଷିଦ୍ଧ କରିବା ପାଇଁ ଆସାମ ବିଧାନସଭାର ବଜେଟ ଅଧିବେଶନରେ ଏକ ବିଲ୍ ଉପସ୍ଥାପନା କରିବା ନେଇ ଘୋଷଣା କରିଛନ୍ତି । ସେ କହିଛନ୍ତି ଆଇନ୍ ବିଭାଗ ଦ୍ୱାରା ଏହି ବିଲର ଯାଞ୍ଚ ଚାଲିଛି । ଏହା ବ୍ୟତୀତ ଆସାମରେ UCC ଲାଗୁ କରିବା ସମ୍ଭାବନା ଉପରେ ବିଚାର କରୁଛନ୍ତି । ସେ କହିଛନ୍ତି ଯେ ଆମେ ପ୍ରଥମେ ବିଲକୁ ବୁଝିବୁ ଏବଂ ତା’ ପରେ ଦେଖିବୁ ଯେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆମେ ପ୍ରସ୍ତତ ଅଛୁ ନା ନାହିଁ । ସେହି ଅନୁସାରେ ଆଗକୁ ବଢ଼ିବୁ । ଜାଣନ୍ତୁ UCC ଡ୍ରାଫ୍ଟରେ କ’ଣ ରହିଛି ନିୟମ ?

– ଉତ୍ତରାଖଣ୍ଡରେ UCC ଲାଗୁ ହେଲେ ସମସ୍ତ ଧର୍ମରେ ଛାଡ଼ପତ୍ର ପାଇଁ ଗୋଟିଏ ନିୟମ ରହିବ । ଏହା ଆଇନ୍ ପ୍ରକ୍ରିୟା ସହ ଜଡ଼ିତ ରହିବ ।

– ଛାଡ଼ପତ୍ର ପରେ ଭଣଣ ପୋଷଣ ନମିୟମ ବି ଏକ ପରି ଲାଗୁ ହେବ ।

– ସମସ୍ତ ଧର୍ମ ପାଇଁ ସନ୍ତାନ ଆଡପସନ୍ କରିବାର ପ୍ରକ୍ରିୟା ସମାନ ରହିବ ।

– ସମସ୍ତ ଧର୍ମରେ ବିବାହର ପଞ୍ଜିକରଣ କରିବା ବାଧ୍ୟତାମୂଳକ ହେବ ।

– ପାରିବାରିକ ସମ୍ପତ୍ତିରେ ଝିଅକୁ ସମାନ ଅଧିକାର ମିଳିବ । ଯଦି ଝିଅ ଅନ୍ୟ ଜାତିରେ ବିବାହ କରେ ତେବେ ବି ତା’ର ଅଧିକାର କମ ହେବନି ।

– ସମସ୍ତ ଧର୍ମରେ କେବଳ ଗୋଟିଏ ବିବାହ ଅନୁମତି ଦିଆଯିବ । ବହୁବିବାହ ପ୍ରଥା ବେଆଇନ୍ ଧରାଯିବ ।

– ଏଥିସହ ରାଜ୍ୟରେ ଲିଭ୍-ଇନରେ ରହିବା ପାଇଁ ପଞ୍ଜୀକରଣ କରିବା ଆବଶ୍ୟକ ।

 

Get real time updates directly on you device, subscribe now.