fbpx
BSKY SKY
BSKY SKY

ଯଶସ୍ୱୀ ଜୟସ୍ୱାଲଙ୍କ ଦ୍ୱିଶତକ: ୬୦ ବର୍ଷ ତଳର ରେକର୍ଡ ଭାଙ୍ଗିଲେ ଭାରତୀୟ ବ୍ୟାଟ୍ସମ୍ୟାନ

BSKY

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନ ଯଶସ୍ୱୀ ଜୟସ୍ୱାଲ ନୂଆ ରେକର୍ଡ କରିଛନ୍ତି । ପ୍ରଥମ ଦିନ ଭାରତ ୬ ୱିକେଟ ହରାଇ ୩୩୬ ରନ୍ ସଂଗ୍ରହ କରିଥିବା ବେଳେ ଯଶସ୍ୱୀ ୧୭୯ ରନରେ ଅପରାଜିତ ରହିଥିଲେ । ଆଜି ଦ୍ୱିଶତକ ହାସଲ କରିବା ସହ ବିଶ୍ୱ ରେକର୍ଡ କରିଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ । ଏହି କ୍ରମରେ ଯଶସ୍ୱୀ ୬୦ ବର୍ଷ ତଳର ରେକର୍ଡକୁ ଅତିକ୍ରମ କରିବାରେ ସଫଳ ହୋଇଛନ୍ତି ।

ପାଞ୍ଚ ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଯଶସ୍ୱୀ ନିଜ ନାମରେ ନୂଆ ରେକର୍ଡ ସ୍ଥାପନ କରିଛନ୍ତି । ୨୫୭ଟି ବଲରୁ ୧୭ଟି ଚୌକା ଓ ପାଞ୍ଚଟି ଛକା ସହାୟତାରେ ପ୍ରଥମ ଦିନରେ ବଡ଼ ପାଳି ଖେଳିଥିବା ଯଶସ୍ୱୀଙ୍କୁ ଅଧିନାୟକ ରୋହିତ ଶର୍ମା ଓ କୋଚ ରାହୁଲ ଦ୍ରାବିଡ଼ ଖୁବ୍ ପ୍ରଶଂସା କରିଥିଲେ । ଘରୋଇ କ୍ରିକେଟରେ ମୁମ୍ବାଇ ପାଇଁ ଖେଳୁଥିବା ଯଶସ୍ୱୀ ଗତ ବର୍ଷ ୱେଷ୍ଟଇଣ୍ଡିଜ ବିପକ୍ଷରେ ନିଜର ଟେଷ୍ଟ ଡେବ୍ୟୁରେ ୧୭୧ ରନ୍ ସଂଗ୍ରହ କରିଥିଲେ ।

ଏହି ପ୍ରଦର୍ଶନ ଫଳରେ ଯଶସ୍ୱୀ ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ସର୍ବାଧିକ ରନ୍ ସଂଗ୍ରହକାରୀ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି । ଏହି କ୍ରମରେ ସେ ବୃଦ୍ଧି କୁନ୍ଦରନଙ୍କ ୬୦ ବର୍ଷ ତଳର ରେକର୍ଡ ଭାଙ୍ଗିଛନ୍ତି । କୁନ୍ଦରନ ୧୯୬୪ରେ ଇଂଲଣ୍ଡ ବିପକ୍ଷରେ ଚେନ୍ନାଇ ଟେଷ୍ଟରେ ପ୍ରଥମ ଦିନରେ ୧୭୦ ରନ୍ ସଂଗ୍ରହ କରିଥିଲେ । ପରବର୍ତ୍ତୀ ଦିନ ସେ ଆଉ ୨୨ ରନ୍ ଯୋଡ଼ିଥିଲେ । ତେବେ କୌଣସି ଟିମ୍ ବିପକ୍ଷରେ ପ୍ରଥମ ଦିନରେ ସର୍ବାଧିକ ରନ୍ ସଂଗ୍ରହ କରିବାର ରେକର୍ଡ ବିରେନ୍ଦ୍ର ସେହୱାଗଙ୍କ ନାମରେ ରହିଛି । ସେହୱାଗ ୨୦୦୪ରେ ପାକିସ୍ତାନ ବପକ୍ଷରେ ମୁଲତାନ ଟେଷ୍ଟରେ ପ୍ରଥମ ଦିନରେ ୨୨୮ ରନ୍ ସଂଗ୍ରହ କରି ଅପରାଜିତ ଥିଲେ । ଇଂଲଣ୍ଡ ବିପକ୍ଷରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ତାଲିକାରେ ଯଶସ୍ୱୀ ମିଳିତ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସୁନିଲ ଗାଭାସ୍କର ୧୯୭୯ରେ ପ୍ରଥମ ଦିନ ୧୭୯ ରନ୍ ସଂଗ୍ରହ କରିଥିଲେ । ସେହିପରି ୨୦୧୬ରେ ଚେନ୍ନାଇ ଟେଷ୍ଟରେ ପ୍ରଥମ ଦିନ କରୁଣ ନାୟର ୨୩୨ ରନ୍ ସଂଗ୍ରହ କରିଥିଲେ । ସେ ଏହି ରାଙ୍କରେ ଟପରେ ରହିଛନ୍ତି ।

Get real time updates directly on you device, subscribe now.