fbpx
BSKY SKY
BSKY SKY

ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାନ୍; ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ

BSKY

ପୁରୀ: ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ପ୍ରଶାସନର ବଡ଼ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ ପ୍ଲାଷ୍ଟିକ୍ ନେଇ ଯାଇ ପାରିବେନି ଭକ୍ତ। କାଇଁଷ/ବେତ ନିର୍ମିତ ଚାଙ୍ଗୁଡିରେ ଫୁଲ ଏବଂ ଭୋଗ ଆଣିବାକୁ ସମସ୍ତ ନିଯୋଗ ଏବଂ ଶ୍ରଦ୍ଧାଳୁଙ୍କୁ ନିବେଦନ କରାଯାଇଛି ।

ସୁଆର ମହାସୁଆରଙ୍କୁ ପେପର ବ୍ୟାଗ, କପଡା ବ୍ୟାଗ, ବେତ ଓ ବାଉଁଶରେ ତିଆରି ସାମଗ୍ରୀରେ ତିଆରି ହୋଇଥିବା ଚାଙ୍ଗୁଡି/ଉପକରଣ ବ୍ୟବହାର କରିବାକୁ ଅନୁରୋଧ କରିଛି ଶ୍ରୀମନ୍ଦିର ପ୍ରଶାସନ। ଶ୍ରୀମନ୍ଦିରକୁ ପାଷ୍ଟିକ ମୁକ୍ତ ସହ ସହରକୁ ସରସ ସୁନ୍ଦର କରିବାକୁ ଆହ୍ୱାନ ଦିଆଯାଇଛି ।

Get real time updates directly on you device, subscribe now.