fbpx
BSKY
BJD SHG SKY
BJD MC SKY

‘ପୁନମ ବଞ୍ଚିଛନ୍ତି, ନିଜ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି’, ଟ୍ୱିଟରରେ ଦାବି କଲେ ଫିଲ୍ମ କ୍ରିଟିକ

ନୂଆଦିଲ୍ଲୀ: ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବରକୁ ନେଇ ସାରା ବଲିଉଡ ଇଣ୍ଡଷ୍ଟ୍ରୀ ଦୁଃଖରେ ଭାଙ୍ଗିପଡିଥିବା ବେଳେ ତାଙ୍କ ଫ୍ୟାନ୍ସ ମଧ୍ୟ ଦୁଃଖ ବ୍ୟକ୍ତ କରିଛନ୍ତି । ପୁନମଙ୍କର ୩୨ ବର୍ଷରେ ସର୍ବାଇକଲ କ୍ୟାନ୍ସର କାରଣରୁ ଦେହାନ୍ତ ଘଟିଛି । ତାଙ୍କ ମ୍ୟାନଜର ଏହି କଥାକୁ ନିଶ୍ଚିତ କରିଛନ୍ତି ହେଲେ ଫ୍ୟାଶନ ଏବଂ ଫିଲ୍ମ କ୍ରିଟିକ ଉମେର ସନ୍ଧୁ ନିଜ ଟ୍ୱିଟରେ ସମସ୍ତଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଛନ୍ତି । ଉମେରଙ୍କ କହିବା ଅନୁଯାୟୀ, ପୁନମ ବଞ୍ଚିଛନ୍ତି ଏବଂ ସେ ନିଜ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି । ଉମେର ନିଜ ଟ୍ୱିଟରରେ ଦାବି କରିଛନ୍ତି ଯେ, ସେ ପୁନମଙ୍କ କଜିନ ସହ କଥା ହୋଇଛନ୍ତି ଏବଂ ଏହା ପୁନମଙ୍କର ପବ୍ଲିସିଟି ଷ୍ଟଣ୍ଟ ଅଟେ ।

ଉମେର ସନ୍ଧୁ ନିଜ ଟ୍ୱିଟରେ ଲେଖିଛନ୍ତି ଯେ, ବର୍ତ୍ତମାନ ମୁଁ ପୁନମଙ୍କ କଜିନଙ୍କ ସହ କଥା ହୋଇଛି । ସେ ବଞ୍ଚିଛନ୍ତି ଏବଂ ନିଜ ମୃତ୍ୟୁ ଖବରକୁ ଉପଭୋଗ କରୁଛନ୍ତି । ପୁନମ ପବ୍ଲିସିଟି ଷ୍ଟଣ୍ଟ କରୁଛନ୍ତି । ଉମେର ସନ୍ଧୁଙ୍କ ଏହି ଟ୍ୱିଟ ଉପରେ ପ୍ରତିକ୍ରିୟା ମିଳିବାରେ ଲାଗିଛି । ଲୋକମାନେ କନଫ୍ୟୁଜ ହୋଇଛନ୍ତି । ସେମାନେ କମେଣ୍ଟରେ ପଚାରୁଛନ୍ତି ଯେ, ଏହା କଣ ସତ? ଜଣେ ୟୁଜର୍ସ ଲେଖିଛନ୍ତି ବହୁତ ଖରାପ ଷ୍ଟଣ୍ଟ ଅଟେ ।

ସେହିଭଳି ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହା କନଫର୍ମ? ଅନ୍ୟ ଜଣେ ଲେଖିଛନ୍ତି କଣ ଆପଣ ସୁନିଶ୍ଚିତ କରିଛନ୍ତି? ଯଦି ତାଙ୍କର ମୃତ୍ୟୁ ହୋଇନାହିଁ, ତେବେ ତାଙ୍କୁ ଗିରଫ କରିବା ଆବଶ୍ୟକ । ଲୋକମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଅନିଶ୍ଚିତ ଅଛନ୍ତି । ପୁନମ ପାଣ୍ଡେଙ୍କ ସହ ଜଡିତ କୌଣସି ମଧ୍ୟ ଅପଡେଟ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ ।

 

Get real time updates directly on you device, subscribe now.