fbpx

OSSC ଜାରି କଲା ପରୀକ୍ଷା ଲିଷ୍ଟ: ଫେବୃଆରୀ ମାସରେ ହେବ ଅନେକ ପଦ ପାଇଁ ପରୀକ୍ଷା, ଚେକ୍ କରନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ସମୟରେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି), ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି), ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି), ରାଜ୍ୟ ଚୟନ ବୋର୍ଡ (ଏସଏସବି) ପକ୍ଷରୁ ଆବେଦନ, ଲିଖିତ ପରୀକ୍ଷା, ଡକୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି ।

ତେବେ ଏହା ମଧ୍ୟରେ ଓଏସସସି ପକ୍ଷରୁ ପରୀକ୍ଷା ଲିଷ୍ଟ ଜାରି କରାଯାଇଛି । ଫେବୃଆରୀ ମାସରେ ଅନେକ ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ସେହି ପରୀକ୍ଷାର ସମ୍ଭାବ୍ୟ ତାରିଖ ଘୋଷଣା କରାଯାଇଛି । ଏହି ତାରିଖ ପରବର୍ତ୍ତୀ ସମୟରେ ପରିବର୍ତ୍ତନ କରାଯାଇପାରେ । ତେଣୁ ଆବେଦନକାରୀମାନେ ନିୟମିତ ଭାବେ ଓଏସଏସସିର ଅଫିସିଆଲ ୱେବସାଇଟ୍ ପରିଦର୍ଶନ କରିବାକୁ କୁହାଯାଇଛି ।

ଚଳିତ ମାସ ୪ ତାରିଖରେ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ, ଜୁନିୟର କ୍ଲାର୍କ କମ୍ ଟାଇପିଷ୍ଟ, ଡାଟା ଏଣ୍ଟ୍ରି ଅପରେଟର ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ । ୧୩ ତାରିଖରେ ମିଳିତ ସ୍ନାତକ ସ୍ତରୀୟ (ସିଜିଏଲ) ସ୍ୱତନ୍ତ୍ର ପଦ / ସେବା, ୨୦୨୨ ନିଯୁକ୍ତିର ଆକାଉଣ୍ଟସ ଆସିଷ୍ଟାଣ୍ଟ, ଆସିଷ୍ଟାଣ୍ଟ ଫୋଡର ଡେଭଲପମେଣ୍ଟ ଅଫିସର ଓ ସିନିୟର ଲାବୋରେଟୋରୀ ଆସିଷ୍ଟାଣ୍ଟ ପଦ ପାଇଁ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ୧୫ ତାରିଖରେ ସିଜିଏଲ ସ୍ୱତନ୍ତ୍ର ପଦ / ସେବା, ୨୦୨୨ ନିଯୁକ୍ତିର ମାର୍କେଟ ଇଣ୍ଟେଲିଜେନ୍ସ ଇନ୍ସପେକ୍ଟର ପଦ ପାଇଁ ମୁଖ୍ୟ ପରୀକ୍ଷା ଅନୁଷ୍ଠିତ ହେବ । ୨୩ ତାରିଖରେ ଭିଟାଲ ଷ୍ଟାଟିଷ୍ଟିକ୍ସ ଆସିଷ୍ଟାଣ୍ଟ ପଦ ପାଇଁ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.