fbpx

ଆଜି ଏହି ରାଶିମାନେ ରୁହନ୍ତୁ ସାବଧାନ, ଦେଖାଦେଇପାରେ ପାରିବାରିକ ସମସ୍ୟା, ଜାଣନ୍ତୁ କ’ଣ କହୁଛି ଆପଣଙ୍କ ରାଶି

୧. ମେଷ: ଆଜି ଆପଣଙ୍କ ପାଇଁ ବହୁତ ବ୍ୟସ୍ତ ରହିବ । ନିଜ ବ୍ୟବସାୟ ଉପରେ ଧ୍ୟାନ ଦିଅନ୍ତୁ । ଭବିଷ୍ୟତ ପାଇଁ କୌଣସି କାର୍ଯ୍ୟ ସ୍ଥଗିତ ରଖନ୍ତୁ ନାହିଁ । ନଚେତ ପରବର୍ତ୍ତୀ ସମୟରେ ଅପଣ ଅନେକ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି । ଏହି ବ୍ୟସ୍ତତା ଏବଂ ଧାଁଦୌଡ଼ କାରଣରୁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇପାରେ ।

୨. ବୃଷ: ଆଜିର ଦିନ ଆପଣଙ୍କୁ ମଧ୍ୟମ ଫଳ ପ୍ରଦାନ କରିବା । ବ୍ୟବସାୟ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ ଏବଂ ସମସ୍ତ କାର୍ଯ୍ୟ ସହଜରେ ପୁରା ହେବ । ଆଜି କର୍ମଜୀବୀଙ୍କୁ ଶୁଭ ଖବର ମିଳିପାରେ । ଜୀବନସାଥୀ ସହ କୌଣସି ମହତ୍ୱପୂର୍ଣ୍ଣ ଯୋଜନା ବିଷୟରେ ଆଲୋଚନା କରିପାରିବେ ।

୩. ମିଥୁନ: ଆପଣ ସାମାଜିକ କ୍ଷେତ୍ରରେ ଜଡ଼ିତ ଥିଲେ ସରକାରଙ୍କ ତରଫରୁ ସହଯୋଗ ମିଳିପାରିବ । ଏହା ସହ ଦୀର୍ଘ ସମୟଳ ଧରି ଅଟକି ଥିବା କାର୍ଯ୍ୟ ପୁରା ହେବ । ଫଳରେ ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ ଭବିଷ୍ୟତକୁ ନେଇ ଚିନ୍ତିା କମିପାରେ । ପରିବାରରେ ବିବାଦ ଦେଖାଦେଇପାରେ ।

୪. କର୍କଟ: ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଦିନ ସାମାନ୍ୟ ରହିବ । ପରିବାର ସହ ସମୟ ବିତାଇବେ । କର୍ମକ୍ଷେତ୍ରରେ କାର୍ଯ୍ୟ ଚାପ ରହିପାରେ । ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ । ଯାନବାହନରେ ଯାତାୟାତ କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ ।

୫. ସିଂହ: ଆଜି ଆପଣଙ୍କ ପାଇଁ ବିଶେଷ ଦିନ ରହିବ । ତେଣୁ ଏହାର ପ୍ରସ୍ତୁତିରେ ବ୍ୟସ୍ତ ରହିବେ । ପରିବାରକୁ ସମୟ ଦେଇପାରିବେ ନାହିଁ । ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ ରହିବ । କର୍ମକ୍ଷେତ୍ରରେ ଅପଣ ପ୍ରଶଂସାର ପାତ୍ର ହେବେ । ନିଜ କାମ ଉପରେ ଫୋକସ୍ କରନ୍ତୁ ସଫଳତା ନିଶ୍ଚିତ ମିଳିବ ।

୬. କନ୍ୟା: ଆଜି ଆପଣ ଅନେକ ସମସ୍ୟା ମଧ୍ୟରେ ଘେରି ରହିବେ । ଏହାର ପ୍ରଭାବ କର୍ମକ୍ଷେତ୍ରରେ ଦେଖିବାକୁ ମିଳିବ । ପରିବାର ସହ ହସ ଖୁସିରେ ସମୟ ବିତାଇବେ । ଅର୍ଥଲାଭ ହେବାର ସମ୍ଭାବନା ରହିଛି ।

୭. ତୁଳା: କର୍ମକ୍ଷେତ୍ରରେ ଖୁସି ରହିବେ । ସହକର୍ମୀଙ୍କ ସହଯୋଗ ମିଳିପାରେ । କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିବାକୁ ଚାହୁଁଥିଲେ ସହଜରେ କରିପାରିବେ । ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିପାରେ ।

୮. ବିଛା: ଆଜି ଭାଗ୍ୟ ଆପଣଙ୍କ ସାଥ୍ ଦେବ । ଶ୍ୱଶୁର ଘର ପଟୁ କୌଣସି ବିବାଦ ଦେଖାଦେଇଥିଲେ ସମାଧାନ ହୋଇପାରିବ । ଜୀବନସାଥୀଙ୍କ ସହ ସମ୍ପର୍କ ଦୃଢ଼ ହେବ । ଅବିବାହିତ ବ୍ୟକ୍ତିଙ୍କ ପାଇଁ ଶୁଭ ଖବର ମିଳିପାରେ ।

୯. ଧନୁ: ଆଜି ଆପଣ ଅନାବଶ୍ୟକ ସମସ୍ୟାର ସମ୍ମୁଖୀନ ହୋଇପାରିବେ । ହଠାତ କୌଣସି ଯାତ୍ରାରେ ଯିବାର ସମ୍ଭାବନା ରହିଛି । ଏହା ଆପଣଙ୍କ ପାଇଁ ଶୁଭ ଅଟେ । ପିତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିପାରିବେ । ବେରୋଜଗାର ଲୋକଙ୍କୁ ଶୁଭ ଖବର ମିଳିପାରେ ।

୧୦. ମକର: କୌଣସି କାର୍ଯ୍ୟ ପୂରା ହେବା ନେଇ ଆପଣ ଖୁସି ରହିପାରିବେ । ଆଜି ନିଜ ବାଣୀ ଓ ବ୍ୟବହାର ଉପରେ ସଂଯମ ରଖନ୍ତୁ । ନଚେତ ପାରିବାରିକ ସମସ୍ୟା ଦେଖାଦେଇପାରେ । ସରକାରୀ ଚାକିରିଆଙ୍କୁ ଆର୍ଥିକ ଲାଭ ମିଳିପାରେ ।

୧୧. କୁମ୍ଭ: ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ । ଶେୟାର ବଜାରରେ ନିବେଶ କରୁଥିଲେ ସାବଧାନତା ଅବଲମ୍ବନ କରନ୍ତୁ । ସାଙ୍ଗସାଥିଙ୍କ ସହ ବୁଲାବୁଲି ଯୋଜନା କରିପାରିବେ । ବ୍ୟବସାୟିକ କ୍ଷେତ୍ରରେ ନୂଆ ଅର୍ଡ଼ର ମିଳିପାରେ ।

୧୨. ମୀନ: ଆଜି ବିଦ୍ୟାର୍ଥୀଙ୍କୁ ଶିକ୍ଷକଙ୍କ ସହଯୋଗ ମିଳିବାର ସମ୍ଭାବନା ରହିଛି । ବ୍ୟାପାରରେ ଲାଭ ହେବ । ଆପଣଙ୍କ କିଛି ଶତ୍ରୁ ସମସ୍ୟାର କାରଣ ହୋଇପାରନ୍ତି ତେଣୁ ସତର୍କ ରୁହନ୍ତୁ । ପାର୍ଟଟାଇମ୍ କାମ କରିବାକୁ ଚାହୁଁଥିଲେ ଶୁଭ ଦିନ ରହିଛି । ଯାନବାହନରେ ଯାତ୍ରା କରୁଥିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।

 

Get real time updates directly on you device, subscribe now.