fbpx

ରାଜ୍ୟରୁ ପୁଣି ଚିହ୍ନଟ ହେଲେ ଆକ୍ରାନ୍ତ: କମୁଛି ସଂକ୍ରମଣ କିନ୍ତୁ ଏବେ ବି ଡରାଉଛି ଚତୁର୍ଥ ଲହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ତଳମୁହାଁ ହୋଇଛି ଦୈନିକ କୋଭିଡ୍ ସଂକ୍ରମଣ । ଆଜି ୩ ଜଣ କରୋନା ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୨ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ ଗୋଟିଏ ପଜିଟିଭ କେସ ଚିହ୍ନଟ ହୋଇଛି । ତେବେ ଆଜି ୧୮ ବର୍ଷରୁ କମ୍ ବୟସର କୌଣସି ପିଲା ସଂକ୍ରମିତ ହୋଇ ନାହାନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୮ ହଜାର ୩୯୦କୁ ବୃଦ୍ଧି ପାଇଛି ।

ତେବେ ଦେଶକୁ ପୁଣି ଥରେ କରୋନାର ଚତୁର୍ଥ ଲହରକୁ ନେଇ ଦେଖାଦେଇଛି ଆଶଙ୍କା । ଦେଶର କିଛି ରାଜ୍ୟରେ ଏବେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୧୨ ଲକ୍ଷ ୭୯ ହଜାର ୧୨୭ ରହିଥିବା ବେଳେ ୮୪ ଜଣ ଆକ୍ରାନ୍ତ ଏବେ ବି ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ବାଲେଶ୍ୱର, କଟକ ଏବଂ ସମ୍ବଲପୁର ପ୍ରତ୍ୟେକରୁ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.