fbpx
BJD SKY
BJD SKY

ସୋନାଲିଙ୍କ ଅଶ୍ଲୀଳ ଭିଡିଓ ଶୁଟ୍ କରି ହତ୍ୟା କରାଯାଇଛି! ଆସିଲା ପୋଷ୍ଟ ମର୍ଟମ ରିପୋର୍ଟ, ଶବରୁ ଚିହ୍ନଟ ହେଲା ୫ଟି କ୍ଷତ ଚିହ୍ନ

BJD

ନୂଆଦିଲ୍ଲୀ: ଗତ ୨୨ ତାରିଖରେ ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲି ଫୋଗଟଙ୍କର ମୃତ୍ୟୁ ଘଟିଥିଲା । ସୋନାଲି ହୃଦଘାତ ଜନିତ କାରଣରୁ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ଏହା ମଧ୍ୟରେ ଆସିଛି ଏକ ଟ୍ୱିଷ୍ଟ । ସୋନାଲିଙ୍କୁ ଖାଦ୍ୟରେ ବିଷ ଦେଇ, ଅଶ୍ଲୀଳ ଭିଡିଓ ଶୁଟ କରି ବ୍ଲାକମେଲ କରାଯାଉଥିଲା । ହତ୍ୟା ପଛରେ ସୋନାଲିଙ୍କ ପିଏ ଓ ଆଉ ଜଣେ ଯୁବକଙ୍କ ହାତ ଥିବା ସୋନାଲିଙ୍କ ଭାଇ ଅଭିଯୋଗ କରିଥିଲେ ।

ତେବେ ଏହା ମଧ୍ୟରେ ଗୋଆ ପୋଲିସ ଏକ ହତ୍ୟା ମାମଲା ଦାୟର କରିଛି । ଗତ ୨୨ ତାରିଖରେ ସେ ଗୋଆ ଆସି ଏକ ହୋଟେଲରେ ରହିଥିଲେ । ସେଠାରେ ରାତିରେ ସେ ଏକ ପାର୍ଟିରେ ସାମିଲ ହୋଇଥିଲେ । ମଙ୍ଗଳବାର ସକାଳୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ପହଞ୍ôଚବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି ।

ତେବେ ଏହା ମଧ୍ୟର ସୋନାଲିଙ୍କର ପୋଷ୍ଟ ମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି । ତାଙ୍କର ଶରୀରରେ ୪-୫ଟି ଆଘାତ ଚିହ୍ନ ରହିଛି । ତାଙ୍କୁ ବିଷ ଦେଇ ହତ୍ୟା କରାଯାଇଥିବା ସମ୍ଭାବନା ଥିବା ରିପୋର୍ଟରେ ମଧ୍ୟ ଦର୍ଶାଯାଇଛି । ଅନ୍ୟପକ୍ଷରେ ସୋନାଲିଙ୍କ ମୃତ୍ୟୁ ନେଇ ତାଙ୍କର ପରିବାର ବର୍ଗ ପ୍ରଶ୍ନ ଉଠାଇବା ସହ ସିବିଆଇ ଯାଞ୍ଚ ପାଇଁ ଦାବି କରିଛନ୍ତି ।

Get real time updates directly on you device, subscribe now.