fbpx

ମୃତ୍ୟୁ ପୂର୍ବ ରାତିରେ ନିଜ PAଙ୍କ ସହିତ… ସୋନାଲୀଙ୍କ ମାମଲାରେ ନୂଆ ତଥ୍ୟର ଖୁଲାସା

ଚଣ୍ଡୀଗଡ: ବିଜେପି ନେତ୍ରୀ ତଥା ଟିକଟକ ଷ୍ଟାର ସୋନାଲୀ ଫୋଗଟଙ୍କ ମୃତ୍ୟୁ ଘଟଣାରେ ଆସିଛି ଆଉ ଏକ ନୂଆ ତଥ୍ୟ । ମୃତ୍ୟୁର ପୂର୍ବ ରାତିରେ ସୋନାଲୀ କେଉଁଠି ଥିଲେ ଏବଂ କ’ଣ କରୁଥିଲେ, ସେ ନେଇ ଏକ ବଡ ଖୁଲାସା ହୋଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ, ମୃତ୍ୟୁର ପୂର୍ବ ରାତିରେ ସୋନାଲୀ ତାଙ୍କ ପିଏଙ୍କ ସହିତ ରହିଥିବା ଜଣାଯାଇଛି । ସୋନାଲୀ ଏବଂ ପିଏ ସୁଧୀର ସାଙ୍ଗୱାନ ଗୋଆର ଏକ ରିସୋର୍ଟରେ ଗୋଟିଏ ରୁମରେ ରାତି କଟାଇଥିବା ସୂଚନା ମିଳିଛି । ତେବେ ଏହାର ପରଦିନ ହିଁ ସୋନାଲୀଙ୍କର ମୃତ୍ୟୁ ଘଟିଛି ।

ପୋଷ୍ଟମର୍ଟମ ପରେ ହିଁ ସୋନାଲୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡିବ । କିନ୍ତୁ ଏହା ପୂର୍ବରୁ ଚାଲିଥିବା ତଦନ୍ତରେ ଏକ ବଡ ଖବର ସାମନାକୁ ଆସିଛି । ମୃତ୍ୟୁ ପୂର୍ବଦିନ ରାତିରେ ସୋନାଲୀ ନିଜ ପିଏ ସୁଧୀର ସାଙ୍ଗୱାନଙ୍କ ସହ ଗୋଆର ଏକ ରିସୋର୍ଟରେ ରହିଥିଲେ । ଉଭୟ ଗୋଟିଏ ରୁମରେ ହିଁ ରହିଥିବା ଜାଣିବାକୁ ମିଳିଥିବା ବେଳେ ରାତି ୧୨ଟା ପରେ ଏକ ଡାନ୍ସ ବାରକୁ ଯାଇଥିଲେ ସେମାନେ । ତେବେ ଏଠାରେ ସୋନାଲୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ଯାହା ଫଳରେ ୩/୪ ଘଣ୍ଟା ପରେ ହୋଟେଲକୁ ଫେରି ଆସିଥିଲେ ସୁଧୀର ଏବଂ ସୋନାଲୀ । କିନ୍ତୁ ସକାଳେ ସୋନାଲୀଙ୍କ ମୃତ୍ୟୁ ଖବର ମିଳିଥିଲା ।

Sonali Phogat 'Sonali Phogat's murder, a conspiracy hatched by PA Sudhir  Sangwan' Brother Rinku Dhaka's allegation, complaint to Goa Police | Goa  BJP leader Sonali Phogat was murdered Complaint of Brother Rinku

ସେପଟେ ସୁଧୀରଙ୍କ ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି ସୋନାଲୀଙ୍କ ଭାଇ ରିଙ୍କୁ । ୩ ବର୍ଷ ତଳେ ସୁଧୀର ଖାଦ୍ୟରେ ନିଶାଦ୍ରବ୍ୟ ମିଶାଇ ସୋନାଲୀଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସେ କହିଛନ୍ତି । ଏହାସହିତ ଏହାର ଭିହିଓକୁ ଭାିରାଲ କରି ବ୍ଲାକମେଲ କରିବା ପାଇଁ ସେ ଧମକ ମଧ୍ୟ ଦେଉଥିବା ଅଭିଯୋଗ ହୋଇଛି । ତେବେ ଏହି କାରଣ ପାଇଁ ସୁଧୀରଙ୍କୁ ସୋନାଲୀଙ୍କ ମୃତ୍ୟୁର କାରଣ ବୋଲି ଭାଇ ରିଙ୍କୁ କହିଛନ୍ତି ।

Get real time updates directly on you device, subscribe now.