fbpx
BSKY SKY
BSKY SKY

ବିକ୍ରି ହୋଇଯିବ ଏହି ବ୍ୟାଙ୍କ! ସରକାର ନେଉଛନ୍ତି ନିଷ୍ପତ୍ତି, କ’ଣ କାରଣ?

BSKY

ନୂଆଦିଲ୍ଲୀ: ଖୁବଶୀଘ୍ର ଆଇଡିବିଆଇ ବ୍ୟାଙ୍କକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ସରକାର । ଆସନ୍ତା ସେପ୍ଟେମ୍ବର ଶେଷରେ ସରକାର ଏବଂ ଏଲଆଇସି କମ୍ପାନୀ ଔପଚାରିକ ଭାବରେ ବ୍ୟାଙ୍କର ଅଂଶ କିଣିବା ପାଇଁ ବିଡ ପାଇଁ ଘୋଷଣା କରିପାରନ୍ତି । ମିଳିଥିବା ତଥ୍ୟ ଅନୁଯାୟୀ, ଜୁନ ୩୦ ପର୍ଯ୍ୟନ୍ତ ଏହି ବ୍ୟାଙ୍କରେ ସରକାରଙ୍କର ୪୫.୪୮ ପ୍ରତିଶତ ଏବଂ ଏଲଆଇସିର ୪୯.୨୪ ପ୍ରତିଶତ ଭାଗିଦାରୀ ରହିଥିଲା । ଅର୍ଥାତ ଉଭୟଙ୍କ ପାଖରେ ବ୍ୟାଙ୍କର ଥିଲା ମୋଟ ୯୪ ପ୍ରତିଶତ ଅଂଶ ।

କେନ୍ଦ୍ର ସରକାର ଏବଂ ଏଲଆଇସି ବୀମା କମ୍ପାନୀ ବ୍ୟାଙ୍କରେ ଅତି କମରେ ୫୧ ପ୍ରତିଶତ ବିକ୍ରି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେବେ ଏ ନେଇ ସୂଚନା ମିଳିବା ପରେ ଆଇଡିବିଆଇ ବ୍ୟାଙ୍କର ସେୟାର ଦ୍ରୁତ ଗତିରେ ବଢିବାରେ ଲାଗିଛି । ତେବେ ଆଜି ଏହି ବ୍ୟାଙ୍କର ସେୟାର ବିଏସଇରେ ୧୦ ପ୍ରତିଶତ ଅଧିକ ବୃଦ୍ଧି ପାଇଛି । ବିଏସଇରେ ଆଜି ଏହାର ୬୫.୮୩ ଲକ୍ଷ ସେୟାର ବ୍ୟବସାୟ ହୋଇଛି । ଯେଉଁଥିରେ ୨୮.୪୩ କୋଟି ଟଙ୍କାର ଟର୍ଣ୍ଣଓଭର ମିଳିଛି । ଆଜି ଏହାର ଟ୍ରେଡିଙ୍ଗ ଭଲ୍ୟୁମରେ ୭.୦୮ ଗଣ ବୃଦ୍ଧି ରେକର୍ଡ ହୋଇଛି ।

ତେଣୁ ସରକାର ଏବଂ ଏଲଆଇସି କମ୍ପାନୀ ଏହି ବ୍ୟାଙ୍କର କେତେ ପ୍ରତିଶତ ବିକ୍ରି କରିବେ ସେ ନେଇ ଆଲୋଚନା ଜାରି ରଖିଛନ୍ତି । ତେବେ ମନ୍ତ୍ରୀମାନଙ୍କର ଏକ ଗ୍ରୁପ ଏହି ଆଲୋଚନାର ଶେଷ ନିଷ୍ପତ୍ତି ନେବ ବୋଲି ଜଣାଯାଇଛି । ତେବେ ସେପ୍ଟେମ୍ବର ମାସରେ ବ୍ୟାଙ୍କର ବିଡ ପ୍ରକ୍ରିୟାକୁ ନେଇ ଘୋଷଣା କରାଯାଇପାରେ ।

Get real time updates directly on you device, subscribe now.