fbpx

Post Office ଆଣିଲା ଜବରଦସ୍ତ ସ୍କିମ୍… ମାତ୍ର ୨ ବର୍ଷରେ ମିଳିବ ୨.୩୨ ଲକ୍ଷ ଟଙ୍କା: ଜାଣନ୍ତୁ ଡିଟେଲ୍ସ

Advertisement

ନୂଆଦିଲ୍ଲୀ: ଦେଶର ସମସ୍ତ ବର୍ଗକୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକାରର ସ୍କିମ ଜାରି ରଖିଛନ୍ତି କେନ୍ଦ୍ର ସରକାର । ମହିଳା ଏବଂ ବୟସ୍କ ବର୍ଗର ଲୋକମାନଙ୍କ ପାଇଁ ମଧ୍ୟ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି । ତେବେ ସରକାରଙ୍କ ଅଧିକାଂଶ ଯୋଜନା ପୋଷ୍ଟ ଅପିସ ଦ୍ୱାରା ପରିଚାଳିତ ହୋଇଥାଏ । ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ ଏଭଳି ଏକ ଯୋଜନା ହେଉଛି ସ୍ମଲ ସେଭିଙ୍ଗ ସ୍କିମ । ଏହି ଯୋଜନାରେ ଜଣେ ଗ୍ରାହକ ମାତ୍ର ୨ ବର୍ଷରେ ମୋଟ ୨.୩୨ ଲକ୍ଷ ଟଙ୍କା ପାଇପାରିବେ ।

ପୋଷ୍ଟ ଅଫିସ ଦ୍ୱାରା ପରିଚାଳିତ ବିଭିନ୍ନ ଯୋଜନା ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଥାଏ । ଏହାସହିତ ଟାକ୍ସ ବେନିଫିଟ, ମାସିକ ଇନକମ୍ ଏବଂ ଗ୍ୟାରେଣ୍ଟି ଇତ୍ୟାଦି ମିଳିଥାଏ । ସେହିଭଳି କିଛି ଯୋଜନା ଅବସର ପାଇଁ ମଧ୍ୟ ରହିଛି । ଏହା ଗ୍ରାହକମାନଙ୍କୁ ଅବସର ପରେ ଆର୍ଥିକ ସହାୟତାର ଗ୍ୟାରେଣ୍ଟି ଦେଇଥାଏ । ସେହିପରି ଏକ ଯୋଜନା ହେଉଛି ମହିଳା ସମ୍ମାନ୍ ସେଭିଙ୍ଗ ସର୍ଟିଫିକେଟ । ତେବେ ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ସରକାରଙ୍କ ତରଫରୁ ମହିଳା ସମ୍ମାନ ସେଭିଙ୍ଗ ସର୍ଟିଫିକେଟ ସ୍କିମ ଶୁଭାରମ୍ଭ କରାଯାଇଛି ।

ଏହି ଯୋଜନା ଅଧୀନରେ ୧୦୦୦ ଟଙ୍କାରୁ ଆରମ୍ଭ କରି ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ କରିପାରିବେ । ଜମା ହୋଇଥିବା ଆମାଉଣ୍ଟ ମାତ୍ର ୧୦୦ ଗୁଣକରେ ହୋଇଥିବା ଆବଶ୍ୟକ । ଏହି ଯୋଜନା ଅଧୀନରେ ଅନେକ ଖାତା ଖୋଲାଯାଇପାରିବ । କିନ୍ତୁ ଡିପୋଜିଟ ଆମାଉଣ୍ଟ ସର୍ବାଧିକ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇ ପାରିବ ନାହିଁ । ଗୋଟିଏ ଯୋଜନା ଅଧୀନରେ ଦ୍ୱିତୀୟ ଆକାଉଣ୍ଟ ଖୋଲିବା ପାଇଁ ୩ ମାସର ବ୍ୟବଧାନ ରହିବା ଉଚିତ୍ ।

କେତେ ସୁଧ ମିଳିବ?

ଏହି ଯୋଜନାରେ ବାର୍ଷିକ ୭.୫% ସୁଧ ହାରରେ ପ୍ରଦାନ କରାଯାଏ । ତେବେ ୩ ମାସ ଆଧାରରେ ଏହି ସୁଧ ଜମା କରାଯାଇଥାଏ । ଏହି ଯୋଜନାର ମ୍ୟାଚୁରିଟି ଅବଧି ମାତ୍ର ୨ ବର୍ଷ ରହିଛି । ତେବେ ଜମା ହୋଇଥିବା ତାରିଖର ୧ ବର୍ଷ ପରେ ଥିବା ରାଶିର ସର୍ବାଧିକ ୪୦% ପର୍ଯ୍ୟନ୍ତ ଟଙ୍କା ଉଠାଇପାରିବେ ଗ୍ରାହକ । ପରିପକ୍ୱତାର ପୂର୍ବରୁ କେବଳ ଥରେ ମାତ୍ର ଆଂଶିକ ଟଙ୍କା ଉଠାଇପାରିବେ ।

ମ୍ୟାଚୁରିଟିରେ ୨.୩୨ ଲକ୍ଷ ପର୍ଯ୍ୟନ୍ତ ମିଳିବ ଟଙ୍କା

ଯଦି ଆପଣ ଏହି ଯୋଜନାରେ ସର୍ବାଧିକ ୨ ଲକ୍ଷ ଟଙ୍କା ନିବେଶ କରିଥାନ୍ତି, ତେବେ ୭.୫୦ ପ୍ରତିଶତ ସୁଧ ହିସାବରେ ୩୨,୦୪୪ ଟଙ୍କାର ସୁଧ ମିଳିପାରିବ । ଅର୍ଥାତ୍ ୨ ବର୍ଷରେ ମୋଟ ୨,୩୨,୦୪୪ ଟଙ୍କା ମ୍ୟାଚୁରିଟି ଭାବରେ ପ୍ରଦାନ କରାଯିବ ।

ଯୋଜନାର ନିୟମ ଏବଂ ସର୍ତ୍ତ:

ଯଦି ଆକାଉଣ୍ଟ ହୋଲ୍ଡରଙ୍କ ମୃତ୍ୟୁ ପରେ ନୋମିନି ବା ପରିବାରର ସଦସ୍ୟ ଏହି ଟଙ୍କାକୁ ଉଠାଇପାରିବେ । ଭୟଙ୍କର ରୋଗ ମାମଲାରେ ଚିକିତ୍ସା ସହାୟତା ପାଇଁ ଏହି ଟଙ୍କା ଉଠାଇପାରିବେ । ଟଙ୍କା ଉଠାଇବା ପରେ ଆପଣ ଆକାଉଣ୍ଟ ବନ୍ଦ କରିପାରିବେ । ଆକାଉଣ୍ଟ ଖୋଲିବାର ୬ ମାସ ପରେ ଆକାଉଣ୍ଟ ବନ୍ଦ କରିବା ପାଇଁ ଅନୁମତି ମିଳିପାରିବ । ଏଭଳି ପରିସ୍ଥିତିରେ ଗ୍ରାହକଙ୍କୁ ୨ ପ୍ରତିଶତ କମ୍ ସୁଧ ହିସାବରେ ଆମାଉର୍ଟ ପ୍ରଦାନ କରାଯାଏ ।

Get real time updates directly on you device, subscribe now.