fbpx
BSKY SKY
BSKY SKY

ପୋଷ୍ଟ ଅଫିସର ଆକର୍ଷଣୀୟ ସ୍କିମ୍: ଗୋଟିଏ ଥର ନିବେଶ କରି ପ୍ରତି ମାସରେ ପାଆନ୍ତୁ ଟଙ୍କା, ଜାଣନ୍ତୁ କିପରି ଉଠାଇବେ ଫାଇଦା

BSKY

ନୂଆଦିଲ୍ଲୀ: ଯଦି ଆପଣ ଟଙ୍କା ବିନିଯୋଗ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ରହିଛି ପୋଷ୍ଟ ଅଫିସର ଏକ ସର୍ବୋତ୍ତମ ଯୋଜନା । ଲୋକଙ୍କୁ ପୋଷ୍ଟ ଅଫିସର ସ୍କିମରେ ଅଧିକ ଭରସା ଥିବା ବେଳେ ଏଥିରେ ନିବେଶ କରିବା ଦ୍ୱାରା କୌଣସି ବିପଦର ସଙ୍କେତ ନଥାଏ । ତେବେ ଆସନ୍ତୁ ଜାଣିବା ପୋଷ୍ଟ ଅଫିସର ‘ମାସିକ ଇନକମ୍ ଯୋଜନା’ ବିଷୟରେ, ଯାହାର ନାଁ ଯେପରି କାମ ବି ସେପରି । ଏହା ଏକ ମାସିକ ଇନକମ ଯୋଜନା, ଯେଉଁଥିରେ ଆପଣଙ୍କୁ ସମ୍ପୂର୍ଣ୍ଣ ଟଙ୍କା ଗ୍ୟାରେଣ୍ଟି ସହ ମିଳିବ ଓ ଭଲ ସୁଧ ମଧ୍ୟ ଦିଆଯିବ ।

ତେବେ ପୋଷ୍ଟ ଅଫିସର ଏହି ଯୋଜନାରେ ବାର୍ଷିକ ୬.୬ % ମିଳିଥାଏ । ଏହି ଯୋଜନାର ମ୍ୟାଚ୍ୟୁରିଟୀ ପିରିୟଡ ୫ ବର୍ଷ ପର୍ଯ୍ୟନ୍ତ ରହିଛି । ଅର୍ଥାତ୍ ୫ ବର୍ଷ ପରେ ଆପଣଙ୍କୁ ଗ୍ୟାରେଣ୍ଟିରୁ ମାସିକ ଇନକମ୍ ମିଳିବ । ଯଦି ଆପଣ ୪.୫ ଲକ୍ଷ ଟଙ୍କା ଜମା କରନ୍ତି, ତେବେ ୫ ବର୍ଷ ପରେ ଆପଣଙ୍କୁ ପ୍ରତିବର୍ଷ ୨,୯୭୦୦ ଟଙ୍କା ମିଳିବ । ଯଦି ଆପଣ ପ୍ରତି ମାସରେ ଇନକମ୍ କରିବାକୁ ଚାହୁଁଛନ୍ତି, ତେବେ ଆପଣ ମାସକୁ ୨୪୭୫ ଟଙ୍କା ରୋଜଗାର କରିବେ ।

ଯେଉଁମାନେ ପ୍ରତିମାସରେ ବିନା କୌଣସି ରିକ୍ସରେ ସ୍ଥିର ଇନକମ୍ ଚାହାଁନ୍ତି, ସେମାନଙ୍କ ପାଇଁ ଏହା ଏକ ଉତ୍ତମ ଯୋଜନା । ଏହା ବ୍ୟତୀତ ଯେଉଁମାନଙ୍କୁ ଅବସର ପରେ ଟଙ୍କା ମିଳୁଛି, ତେବେ ଆପଣ ସେହି ଟଙ୍କାକୁ ଏହି ଯୋଜନା ମାଧ୍ୟମରେ ସୁରକ୍ଷିତ ରଖିବା ସହ ସ୍ଥିର ଟଙ୍କାରୁ ମାସିକ ରୋଜଗାର ବି କରିପାରିବେ । ପୋଷ୍ଟ ଅଫିସରେ ମାସିକ ଇନକମ୍ ଯୋଜନା ଅଧୀନରେ କେବଳ ୧୦୦୦ ଟଙ୍କାରେ ଆକାଉଣ୍ଟ ଖୋଲାଯାଇପାରିବ । ୧୮ ବର୍ଷରୁ ଅଧିକ ବୟସର କେହି ବି ଏହି ସ୍କିମରେ ନିବେଶ କରିପାରିବେ । ଜଣେ ବ୍ୟକ୍ତି ଏକକାଳୀନ ସର୍ବାଧିକ ୩ ଆକାଉଣ୍ଟଧାରୀଙ୍କ ସହିତ ଆକାଉଣ୍ଟ ଖୋଲିପାରିବେ ।

Get real time updates directly on you device, subscribe now.