ଭୁବନେଶ୍ୱର: ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ପ୍ରତିକ୍ରିୟା । ଜାଣିଶୁଣି ମନୁଷ୍ୟକୃତ ଅଭାବ ତିଆରି କରାଯାଇଛି । ସରକାରଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବିରୋଧୀ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଓଡ଼ିଶା ଆଳୁ ଦେବାକୁ ମନା କଲେ କିନ୍ତୁ ପୁଣି ଦେଲେ । ମାର୍କେଟରେ ପରିମାଣ କମିଲେ ଦର ବଢ଼ିଯାଏ । ବର୍ତ୍ତମାନ ବଜାରରେ ଆଳୁ ଦର ସ୍ୱଭାବିକ ରହିଛି । ଆଗାମୀ ଦିନରେ ଖାଦ୍ୟରେ ବହୁଳ ବ୍ୟବହାର ହେଉଥିବା ଆଳୁ ଦାମ୍ ଆହୁରି କମିବ ବୋଲି କହିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।