fbpx

କରୋନରେ ବଦଳିଲା ‘ଇଣ୍ଡିଆନ୍ ଆଇଡଲ୍’ର ରୂପ: ପିପିିଇ କଟ୍ ପିନ୍ଧି ଅଭ୍ୟାସ କଲେ ପ୍ରତିଯୋଗୀ

ମୁମ୍ବାଇ ୨୭ ।୪ (ଓଡ଼ିଶା ଭାସ୍କର) : ଅନ୍ୟ ଦେଶ ଅପେକ୍ଷା ଭାରତରେ କରୋନା ସଂକ୍ରମଣ ଲଗାତାର ବଢିବାରେ ଲାଗିଛି । ସଂକ୍ରମଣ ରୋକିବାକୁ ବିଭିନ୍ନ ରାଜ୍ୟରେ ଲକଡାଉନ, ନାଇଟ କର୍ଫ୍ୟୁ ଓ ସପ୍ତାହନ୍ତ ଲାଗୁ ହୋଇଛି। କରୋନା ସଂକ୍ରମଣ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ନିୟମ ମଧ୍ୟ କରାଯାଇଛି । ଏହି କରୋନା ମହାମାରୀ ପାଇଁ ଦେଶର ପ୍ରତ୍ୟେକ କ୍ଷେତ୍ର ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି । କରୋନା ପ୍ରଭାବରେ ମନୋରଞ୍ଜନ ଦୁନିଆ ବହୁତ ଖରାପ ଦିଗ ଦେଇ ଗତି କରୁଛି । ଏହାମଧ୍ୟରେ ସିଙ୍ଗିଙ୍ଗ୍ ରିଆଲିଟ୍ ଶୋ ‘ଇଣ୍ଡିଆନ୍ ଆଇଡଲ୍’ର ଶୁଟିଙ୍ଗି ଚାଲିଛି । ଏବେଯାଏ ଏହି ‘ଶୋ’ ଉପରେ ରୋକ୍ ଲଗାଯାଇ ନାହିଁ ।

ଏହାସହ ପ୍ରତିଯୋଗୀଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଉଛି । ଇଣ୍ଡିଆନ୍ ଆଇଡଲର ଅଭ୍ୟାସ ଚାଲିଥିବା ବେଳେ ଏକ ଭିଡିଓ ଭାଇରଲ୍ ହୋଇଛି । ଯେଉଁଥିରେ ପ୍ରତିଯୋଗୀ ଅରୁଣୀତା କାଞ୍ଜିଲାଲ୍ ଷ୍ଟେଜରେ ଗୀତ ଗାଇବା ଆଗରୁ ପିପିଇ କିଟ୍ ପିନ୍ଧି ଅଭ୍ୟାସ କରୁଥିବାର ନଜରକୁ ଆସିଛନ୍ତି । ଏଥିରେ ସେ ‘ଠୁମକ ଚଳତ ରାମଚନ୍ଦ୍ର’ ଭଜନ ଗାଉଥିବାର ଦେଖାଯାଇଛି । ଅରୁଣୀତା କାଞ୍ଜିଲାଲଙ୍କ ସମେତ ସେଠାରେ ଥିବା ଅନ୍ୟ ମ୍ୟୁଜିସିଆନ୍ ଏବଂ ଟ୍ରେନର ମାନେ ମଧ୍ୟ ପିପିଇ କିଟ୍ ପିନ୍ଧିଛନ୍ତି । ଏହାସହିତ ସାମାଜିକ ଦୂରତା ନିୟମ ମଧ୍ୟ ପାଳନ କରିଛନ୍ତି ।

 

Get real time updates directly on you device, subscribe now.