fbpx

ଦିଲ୍ଲୀ ବିରୁଦ୍ଧରେ ବିଜୟ ପଥକୁ ଚେଷ୍ଟା କରିବ ଆରସିବି

ମୁମ୍ବାଇ, ୨୭/୦୪: ଆଜି ଆଇପିଏଲରେ ରାୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ ହେବାକୁ ଯାଉଛି । ଦୁଇଟି ଯା ଟିମ ଭଲ ଫର୍ମରେ ଅଛନ୍ତି ।  ଉଭୟ ଟିମ ପାଞ୍ଚ ପାଞ୍ଚ ଟି ମ୍ୟାଚ ଖେଳିଥିବାବେଳେ ଚାରିଟି ଲେଖାଏଁ ମ୍ୟାଚ ଜିତିଛନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୮ ପଏଣ୍ଟ ସହ ରହିଛନ୍ତି । ଏହା ସହ ରନ ରେଟ ଆଧାରରେ ପଏଣ୍ଟ ଟେବୁଲରେ ଦିଲ୍ଲୀ କ୍ୟାପିଟାଲ୍ସ ଦ୍ୱିତୀୟ ସ୍ଥାନ ଏବଂ ଆରସିବି ତୃତୀୟ ସ୍ଥାନରେ ରହିଛନ୍ତି । ଯେଉଁ ଟିମ ଆଜିର ମ୍ୟାଚ ଜିତିବ ସେ ପଏଣ୍ଟ ଟେବୁଲରେ ଉପରକୁ ଉଠିଯିବ ।

ପୂର୍ବ ମ୍ୟାଚରେ ପରାଜୟ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଜିତିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବ । ଆରସିବିକୁ ପୂର୍ବ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ ୬୯ ରନରେ ହରାଇଥିଲା  । ସେପଟେ ଦିଲ୍ଲୀ ମଧ୍ୟ ରବିବାର ସନରାଇଜର୍ସ ହାଇଦ୍ରାବଦକୁ ସୁପର ଓଭରରେ ହାରଇଥିଲା ।

ଦିଲ୍ଲୀ  ସ୍ପିନର ଆର ଅଶ୍ୱିନଙ୍କ ବିନା ପଡିଆକୁ ଓହ୍ଲାଇବ   ହରାଇବ, କାରଣ ଅଶ୍ୱିନଙ୍କ ପରିବାରରେ କରୋନା ଯୋଗୁଁ ସେ ଲିଗ ଛାଡିଛନ୍ତି ।

ଆରସିବିକୁ  ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ମ୍ୟାଚ୍ରେ କରିଥିବା ଭୁଲକୁ ଏଡ଼ାଇବାକୁ ପଡ଼ିବ । ଆରସିବିର ଦୁଇ ଅଷ୍ଟ୍ରେଲୀୟ ଖେଳାଳି ଆଡାମ ଜାମ୍ପା ଏବଂ କେନ୍ ରିଚାର୍ଡସନ ବ୍ୟକ୍ତିଗତ କାରଣରୁ ଘରକୁ ଫେରିଛନ୍ତି। ତେବେ ରିଚାର୍ଡସନ ଗୋଟିଏ ମ୍ୟାଚ୍ ଖେଳିଥିବା ବେଳେ ଜାମ୍ପା କୌଣସି ମ୍ୟାଚ୍ ଖେଳିବାର ସୁଯୋଗ ପାଇ ନ ଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ସମ୍ଭାବ୍ୟ ପ୍ଳେଇଙ୍ଗ ଇଲେଭେନ:

ବିରାଟ କୋହଲି (ଅଧିନାୟକ), ଏବି ଡି ଭିଲିୟର୍ସ, ଆଦାମ ଜାମ୍ପା, ଦେବଦତ୍ତ ପାଦିକଲ, କେନ ରିଚାର୍ଡସନ, ମହମ୍ମଦ ସିରାଜ, ନବଦୀପ ସାଇନି, ପୱନ ଦେଶପାଣ୍ଡେ, ଶାହବାଜ ଅହମ୍ମଦ, ଏମଏସ ୱାଶିଂଟନ ସୁନ୍ଦର, ୟୁଜଭେନ୍ଦ୍ର ଚହଲ, ଡାନିଏଲ ସାଇମସ, ହାର୍ଶଲ ପଟେଲ, ଗ୍ଲେନ ମ୍ୟାକ୍ସୱେଲ , ସଚିନ ବେବି, ରଜତ ପାଟିଦାର, ମହମ୍ମଦ ଅଜହରୁଦ୍ଦିନ, କାଇଲ ଜେମସନ, ଡାନ ଖ୍ରୀଷ୍ଟିଆନ, ସୁଇଶ ପ୍ରଭାସାଇ, କେ.ଏସ୍ ଭରତ, ଫିନ୍ ଆଲେନ୍

ଦିଲ୍ଲୀ କ୍ୟାପିଟାଲ୍ସର ପ୍ଲେଇଙ୍ଗ ଇଲେଭେନ:

ଋଷଭ ପନ୍ତ (ଅଧିନାୟକ), ଅଜିଙ୍କ୍ୟ ରାହାନେ, ଶିଖର ଧାୱନ, ପ୍ରୀତି ଖାଁ, ଶିମ୍ରନ୍ ହେଟମିୟର, ମାର୍କସ ଷ୍ଟୋଇନିସ୍, କ୍ରିସ୍ ୱୁକସ୍, ଅକ୍ଷାର ପଟେଲ, ଅମିତ ମିଶ୍ର, ଲଲିତ ଯାଦବ, ପ୍ରବୀଣ ଦୁବେ, କାଗିସୋ ରାବାଡା, ଇଶାନଥ ନର୍ଖିଆ , ଷ୍ଟିଭ୍ ସ୍ମିଥ୍, ଉମେଶ ଯାଦବ, ରିପଲ୍ ପଟେଲ, ବିଷ୍ଣୁ ବିନୋଦ, ଲୁକମାନ ମେରିୱାଲା, ଏମ ସିଦ୍ଧାର୍ଥ, ଟମ କରିନା, ସାମ ବିଲିଙ୍ଗସ୍

Get real time updates directly on you device, subscribe now.