fbpx

ସହାୟତା ପାଇଁ ଆଗକୁ ଆସିଲା ଭିଭୋ, ୨ କୋଟିର ସହାୟତା ରାଶି ପ୍ରଦାନ ନେଇ ଘୋଷଣା

ନୂଆ ଦିଲ୍ଲୀ, ୨୭/୦୪: ଭାରତରେ ବଢୁଥିବା କରୋନା ସଂକ୍ରମଣ ଯୋଗୁଁ ଘୋର ସଂଙ୍କଟ ଦେଖାଦେଇଛି । ଏଭଳି ସମୟରେ ବିଭିନ୍ନ ଟେକ କଂପାନୀ ମାନେ ସହାୟତା ପାଇଁ ଆଗକୁ ଆସିଛନ୍ତି । ସୋମବାର ଭାରତରେ ଲଗାତାର ପଞ୍ଚମ ଦିନରେ ଭାରତରେ ୩ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି, ଏବଂ ଲଗାତାର ସପ୍ତମ ଦିନରେ ମୃତ୍ୟୁ ସଂଖ୍ୟ ୨୦୦୦ ଉପରେ ରହିଛି ।
ତେବେ ଏଭଳି ସ୍ଥିତିରେ ଭିଭୋ ଇଣ୍ଡିଆ ଦେଶରେ କରୋନା ଯୋଗୁଁ ଉପୁଜିଥିବା ଅକ୍ସିଜେନ ସମସ୍ୟାକୁ ଦୁରେଇବା ପାଇଁ ୨ କୋଟି ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛି । ଗତ ବର୍ଷ ଭିଭୋ ୯ ଲକ୍ଷ ମାସ୍କ, ୧୫୦୦୦ ପିପିଇ ସୁଟ ଏବଂ ୫୦୦୦୦ ଲିଟର ସାନିଟାଇଜର କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ସଂସ୍ଥାକୁ ଯୋଗାଇଥିଲା ।

ଭିଭୋ ଇଣ୍ଡିଆର ବ୍ରାଣ୍ଡ ଷ୍ଟ୍ରାଟେଜୀ ନିର୍ଦ୍ଦେଶକ ନିପୁନ ମାରୟା, କହିଛନ୍ତି , “ ଆମ ସମସ୍ତଙ୍କୁ ଏହି ପରିସ୍ଥିତିରେ ଏକ ହୋଇ କୋଭିଡ-୧୯ ବିରୋଧର ଲଡିବାକୁ ପଡିବ, ଭିଭୋ ମଧ୍ୟ ଏଥିାରେ ସହଯୋଗ ପାଇଁ ପ୍ରତିଶ୍ରୁତି ବଦ୍ଧ । ଆମର ଏହି ଛୋଟ ସହଯୋଗ ଅନେକଙ୍କ ଜୀବନ ରକ୍ଷା କରିପାରିବ । ଆମକୁ ଏହି ପରିସ୍ଥିତିରେ ସାହସ ଦେଖାଇବାକୁ ପଡିବ ।”
ଏହା ପୂର୍ବରୁ ସ୍ମାର୍ଟଫୋନ କଂପାନୀ ସାଓମି ମଧ୍ୟ କରୋନାରୁ ଲଢିବା ପାଇଁ ସହାୟତାର ହାତ ବଢାଇଛି । ସାଓମି ମହାରାଷ୍ଟ୍ର, ଦିଲ୍ଲୀ, କର୍ଣ୍ଣାଟକ ଏବଂ କିଛି ଅନ୍ୟ ରାଜ୍ୟ ଯେଉଁଠାରେ ଅକ୍ସିଜେନ ଘୋର ଅଭବା ଦ୍ଖୋଦେଇଛି ସେଠାରେ ୧୦୦୦ ଅକ୍ସିଜେନ କନସେନଟ୍ରେଟର ଯୋଗାଇବା ପାଇଁ ୩ କୋଟିର ସହାୟତା ପ୍ରଦାନ । ଗତ ବର୍ଷ ସାଓମି ୧୫ କୋଟି ସହାୟତା ପ୍ରଦାନ କରିବା ସହ ମାଗଣାରେ ମାସ୍କ ଯୋଗାଇଥିଲା । ସାଓମି ଗିଭ ଇଣ୍ଡିଆ ସହ ସହଭାଗିତରେ କୋଭିଡ ସମମ୍ମୁଖ ଯୋଦ୍ଧାଙ୍କୁ ପାଇଁ ୧ କୋଟିର ସହାୟତା ପ୍ରଦାନ ନିମନ୍ତେ ଆହ୍ୱାନ କରିଛି । ଏଥିପାଇଁ କଂପାନୀ ନଜର ଅଫିସିଆଲ ୱେବସାଇଟରେ ଏକ ପେଜ ରହିଛିି ଯେଉଁଥିରେ ସାଓମିର ଫ୍ୟାନ୍ସ, ପାର୍ଟନର ଏବଂ ଗ୍ରାହକଙ୍କୁ ଏଥିରେ ଦାନ କରିବାକୁ ଆହ୍ୱାନ କରିଛି ।
ପୂର୍ବରୁ ଗୁଗୁଲ, ଆପଲ ଏବଂ ମାଇକ୍ରୋସଫ୍ଟ ଭଳି ଟେକ କଂପାନୀ ଏହି କୋଭିଡ ପରିସ୍ଥିତିରେ ଭାରତକୁ ସହଯୋଗ କରିବା ପାଇଁ ହାତ ବଢାଇଛନ୍ତି । ଆପଲ ସିଇଓ ଟିମ୍ କୁକ ଭାରତକୁ ସହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ ଏନେଇ ଏକ ଟ୍ୱିଟ କରି ଆଜି ଘୋଷଣା କରିଛନ୍ତିି ।
ସେହିଭଳି ଗୁଗୁଲ ମଧ୍ୟ ଗତକାଲି ୧୩୫ କୋଟିର ଫଣ୍ଡ ଭାରକତକୁ ଦେବାପାଇଁ ଘୋଷଣା କରିଛି । ମାଇକ୍ରୋସଫ୍ଟ ମଧ୍ୟ ଅକ୍ସିଜେନ ଏବଂ ଅନ୍ୟାନ୍ୟ ମେଡିକାଲ ସରଞ୍ଜାମ ଯୋଗାଇବା ଅନ୍ୟାନ୍ୟ ଉତ୍ସ ମାଧ୍ୟମରେ ନିରନ୍ତର ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛି ।

Get real time updates directly on you device, subscribe now.