fbpx
BJD SKY
BJD SKY

ଜେଲରେ ଓକିଲଙ୍କୁ ଭେଟିପାରିବେ ପ୍ରଦୀପ

BJD

ଭୁବନେଶ୍ୱର,୨୪ ।୧୨(ଓଡିଶା ଭାସ୍କର): ଠକେଇ ମାମଲାରେ ଗିରଫ ହୋଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ରିଟ୍ ଆବେଦନର ବିଚାର କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ନିର୍ଦ୍ଦେଶ ଅନୁସାରେ, ଜେଲରେ ଓକିଲଙ୍କ ସହ ପ୍ରଦୀପଙ୍କୁ ଆଲୋଚନାର ସୁଯୋଗ ମିଳିବ । ଏନେଇ ପ୍ରଦୀପଙ୍କ ପକ୍ଷରୁ ଲଢୁଥିବା ବରିଷ୍ଠ ଓକିଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ।

ତେବେ ପୂର୍ବରୁ ପ୍ରଦୀପଙ୍କୁ ନିଜ ଓକିଲଙ୍କ ସହ ଆଲୋଚନା କରିବା ପାଇଁ ସୁଯୋଗ ମିଳୁନଥିଲା । କୋଭିଡ ଗାଇଡଲାଇନ୍ ଦର୍ଶାଇ ଜେଲରେ ସୁଯୋଗ ମିଳୁନଥିବା ବେଳେ ଏହାକୁ ସମ୍ବିଧାନ ଓ ପ୍ରିଜନ ରୁଲର ଉଲ୍ଲଙ୍ଘନ ଦର୍ଶାଇ ହାଇକୋର୍ଟ ଯାଇଥିଲେ ପ୍ରଦୀପ ।

Get real time updates directly on you device, subscribe now.