fbpx

ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦୀପ ପାଣିଗ୍ରାହୀଙ୍କ ଚିଠି, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧ ।୧୨(ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଏହା ସହ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଅଭୟଙ୍କୁ ମଧ୍ୟ ପ୍ରଦୀପ ଚିଠି ଲେଖିଛନ୍ତି । ସେ ଚିଠିର ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସମର୍ଥକ ଓ ସମ୍ପର୍କୀୟ ଲୋକଙ୍କୁ ପୋଲିସ ହଇରାଣ କରୁଛି । ସେମାନଙ୍କ ଉପରେ ଥାର୍ଡ ଡିଗ୍ରୀ ଦିଆଯାଉଥିବା ପ୍ରଦୀପ ଅଭିଯୋଗ କରିଛନ୍ତି । ଏହା ସହ ପୁରୀ ହାଜତ ମୃତ୍ୟୁ, ଆଠଗଡ ଚାଷୀ ଆତ୍ମାହୂତି ଉଦ୍ୟମ ପ୍ରସଙ୍ଗ ସେ ଚିଠିରେ ଉଲ୍ଲେଖ କରିଛନ୍ତି ।

ସ୍ଥାନୀୟ ପୋଲିସ ଉଦ୍ଦେଶ୍ୟମୂଳକ ଭାବେ କାମ କରିବା ସହ ମୋ ଲୋକଙ୍କ ଉପରେ ଚାପ ପକାଉଛି ବୋଲି ପ୍ରଦୀପ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ଅନ୍ୟପଟେ ଚାଟାର୍ଡ ଫ୍ଲଇଟରେ ଗସ୍ତ ନେଇ ମୁହଁ ଖୋଲିଛନ୍ତି ପ୍ରଦୀପ ପାଣିଗ୍ରାହୀ । ସେ କହିଛନ୍ତି ଯେ, ‘ଯଦି ମୁଁ କୋଭିଡ ସମୟରେ ବୁଲୁଥିଲି, ସେତେବେଳେ ସରକାର କହିଲେନି । ଏବେ ସରକାର ବୁଲିବା କଥା କାହିଁକି କହୁଛନ୍ତି । ଡିଜିସିଏ ଓ ଏୟାରପୋର୍ଟ ଅଥରିଟିଙ୍କ ଅନୁମତି କ୍ରମେ ମୁଁ ଗସ୍ତ କରିଛି । ଏଥିରେ କିଛି ଅସୁବିଧା ନାହିଁ, ମୁଁ ଭୁଲ କରିନି ।’ ତେବେ ପୁନେ ଯାଇଥିବା କଥା ସ୍ପଷ୍ଟ କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।

Get real time updates directly on you device, subscribe now.