fbpx

ପ୍ରଦୀପ ସେଠୀଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ଵର,୨୨ ।୧(ଓଡିଶା ଭାସ୍କର): ଝାରପଡା ଜେଲରେ ଥିବା ଚିଟ୍ ଫଣ୍ଡ ଠକେଇର ମୁଖ୍ୟ ଅଭିଯୁକ୍ତ ପ୍ରଦୀପ ସେଠୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ବାଥରୁମ୍ କବାଟ ବନ୍ଦ କରିଇନଭଟର ତାରରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି । ଜେଲ କର୍ମଚାରୀମାନେ ଶୌଚାଳୟ କବାଟ ଭାଙ୍ଗି ତାଙ୍କୁ ଉଦ୍ଧାର କରିବା ପରେ ଚିକିତ୍ସା ପାଇଁ କଟକ ଏସସିବି ମେଡିକାଲ ପଠାଯାଇଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ଏହା ପୂର୍ବରୁ ମଧ୍ୟ ସେ ଜେଲ ଭିତରେ ଆତ୍ମହତ୍ୟା ଉଦ୍ୟମ କରିଥିବାରୁ ତାଙ୍କୁ ମାନସିକ ରୋଗ ବିଭାଗରେ ଚିକିତ୍ସା ପାଇଁ ପଠାଯାଇଥିବା ଜଣାପଡ଼ିଛି । ସେ କେତେବେଳେ ଧାରୁଆ ଅସ୍ତ୍ରରେ ନିଜ ହାତ କାଟି ଦେଉଛନ୍ତି ତ ପୁଣି କେତେବେଳେ ସେଲର ରେଲିଂରେ ମୁଣ୍ଡକୁ ପିଟି ରକ୍ତାକ୍ତ କରିଦେଉଥିବା ଜଣାପଡିଛି ।

Get real time updates directly on you device, subscribe now.