fbpx

ଏବେ ସାଧାରଣ ଲୋକଙ୍କୁ ମିଳିବ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍! ବଜେଟରେ କେନ୍ଦ୍ର ସରକାରଙ୍କ ବଡ ଘୋଷଣା

ନୂଆଦିଲ୍ଲୀ: ବଜେଟ୍ ୨୦୨୪ ରେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଏହି ଯୋଜନା ଅନୁଯାୟୀ ଯେଉଁମାନଙ୍କ ଘରେ ସୋଲାର ସିଷ୍ଟମ ଲାଗିଛି, ସେମାନଙ୍କୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ପ୍ରଦାନ କରାଯିବ । ଏହାପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଯୋଜନା ଘୋଷଣା କରିଥିଲେ ଏବଂ ଅଧିକାରୀଙ୍କ ସହ ଏକ ବୈଠକ ମଧ୍ୟ କରିଥିଲେ । ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଅଧୀନରେ ଦେଶର ଏକ କୋଟି ଘରେ ରୁଫଟପ ସୋଲାର ପ୍ୟାନେଲ ଲଗାଯିବ ।

ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଥିଲେ :-
ଦେଶର ଗରିବ ଏବଂ ମଧ୍ୟବିତ୍ତମାନେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା ଦ୍ୱାରା ଉପକୃତ ହେବେ । ଏହି ଯୋଜନା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଏକ୍ସ ରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ କହିଥିଲେ ଯେ, ଏହି ଯୋଜନା ସହିତ ଭାରତ ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବ ।

ସେ ଟ୍ୱିଟରରେ ଲେଖିଛନ୍ତି, “ଆଜି ଅଯୋଧ୍ୟାରେ ଉତ୍ସର୍ଗୀକୃତ ହେବାର ଶୁଭ ଅବସରରେ ମୋର ସଂକଳ୍ପ ଆହୁରି ଦୃଢ଼ ହୋଇଛି ଯେ ଭାରତର ଲୋକମାନେ ନିଜ ଘରର ଛାତ ଉପରେ ନିଜର ସୋଲାର ରୁଫ ଟପ୍ ସିଷ୍ଟମ ରହିବା ଉଚିତ୍ । ଅଯୋଧ୍ୟାରୁ ଫେରିବା ପରେ ପ୍ରଥମ ମୁଁ ନେଇଥିବା ନିଷ୍ପତ୍ତି ହେଉଛି ଯେ ଆମ ସରକାର ୧ କୋଟି ଘରେ ରୁଫ ଟପ୍ ସୋଲାର ଲଗାଇବା ଲକ୍ଷ୍ୟ ସହିତ “ପ୍ରଧାନମନ୍ତ୍ରୀ ସୂର୍ଯ୍ୟୋଦୟ ଯୋଜନା’ କୁ ଆରମ୍ଭ କରିବେ । ଏହା କେବଳ ଗରିବ ଏବଂ ମଧ୍ୟବିତ୍ତଙ୍କ ବିଦ୍ୟୁତ୍ ବିଲ୍ ହ୍ରାସ କରିବ ନାହିଁ, ବରଂ ଭାରତକୁ ମଧ୍ୟ ଆତ୍ମନିର୍ଭରଶୀଳ କରିବ । ଶକ୍ତି କ୍ଷେତ୍ରରେ ନିର୍ଭରଶୀଳ ହେବ ।

Get real time updates directly on you device, subscribe now.