fbpx

ବିବାହିତ ଲୋକମାନେ ହେଲେ ମାଲାମାଲ, ମୋଦୀ ସରକାର ଦେଉଛନ୍ତି ୫୧ ହଜାର ଟଙ୍କା !

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଯୋଜନା ଆରମ୍ଭ କରିଛନ୍ତି, ଯେଉଁଥିରେ ବିବାହିତ ଲୋକମାନଙ୍କୁ ବଡ଼ ଫାଇଦା ମିଳୁଛି । ଯଦି ଆପଣ ମଧ୍ୟ ବିବାହ କରିଛନ୍ତି ତେବେ ମୋଦୀ ସରକାର ଆପଣଙ୍କୁ ଟଙ୍କା ଦେବାକୁ ଯାଉଛନ୍ତିି । କେନ୍ଦ୍ର ସରକାର ବର୍ତ୍ତମାନ ବିବାହିତ ଦମ୍ପତିଙ୍କୁ ସମ୍ପୂର୍ଣ୍ଣ ୫୧,୦୦୦ ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସରକାରୀ ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା, ଯେଉଁଥିରେ ଆପଣଙ୍କୁ ବୃଦ୍ଧାବସ୍ଥାରେ ପେନସନର ସୁବିଧା ମଧ୍ୟ ମିଳିବ ।

୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଏହାର ଲାଭ ଉଠାଇ ପାରିବେ ;-
ତେବେ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ, ଆପଣ ଏହି ଯୋଜନାର ଲାଭ ଉଠାଇ ପାରିବେ । ଏଥିରେ ଉଭୟ ସ୍ୱାମୀ-ସ୍ତ୍ରୀ ଉପକୃତ ହେବେ, ଯେଉଁମାନେ ବିବାହ କରିଛନ୍ତି ସେମାନେ ବୃଦ୍ଧାବସ୍ଥାରେ ସରକାରୀ ପେନସନର ସୁବିଧା ପାଇବେ ।

ଏହି ସରକାରୀ ଯୋଜନା କ’ଣ?
ପ୍ରଧାନମନ୍ତ୍ରୀ ବୟ ବନ୍ଦନା ଯୋଜନା ହେଉଛି ଏକ ସାମାଜିକ ସୁରକ୍ଷା ଯୋଜନା, ଯେଉଁଥିରେ ଆବେଦନକାରୀଙ୍କୁ ବାର୍ଷିକ, ତ୍ରୈମାସିକ କିମ୍ବା ମାସିକ ପେନସନ୍ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ଭାରତ ସରକାର ଏହି ଯୋଜନା ଆଣିଛନ୍ତି ଏବଂ ଏହି ଯୋଜନା ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏଲଆଇସି) ଦ୍ୱାରା ପରିଚାଳିତ । ୬୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ବ୍ୟକ୍ତି ଏହି ଯୋଜନା ପାଇଁ ଯୋଗ୍ୟ । ଏହି ଯୋଜନା ଅଧୀନରେ ସେମାନେ ସର୍ବାଧିକ ୧୫ ଲକ୍ଷ ଟଙ୍କା ନିବେଶ କରିପାରିବେ । ପୂର୍ବରୁ ଏହି ଯୋଜନାରେ କେବଳ ୭.୫ ଟଙ୍କା ନିବେଶ ହେଉଥିଲା, କିନ୍ତୁ ପରେ ଏହି ପରିମାଣ ଦୁଇଗୁଣକୁ ବୃଦ୍ଧି କରାଯାଇଛି । ଏହି ଯୋଜନାରେ ଅନ୍ୟ ଯୋଜନା ତୁଳନାରେ ବରିଷ୍ଠ ନାଗରିକମାନଙ୍କୁ ଅଧିକ ସୁଧ ମିଳିଥାଏ ।

୫୧,୦୦୦ ଟଙ୍କା କିପରି ପାଇବେ ?
ଯଦି ଉଭୟ ସ୍ୱାମୀ-ସ୍ତ୍ରୀ ଏହି ଯୋଜନାର ଲାଭ ଉଠାଇବାକୁ ଚାହାଁନ୍ତି, ତେବେ ଉଭୟଙ୍କୁ ପ୍ରାୟ ୩ ଲକ୍ଷ ହଜାର ୫୦୦ ଟଙ୍କା ନିବେଶ କରିବାକୁ ପଡ଼ିବ । ଏହି ଯୋଜନାରେ ବାର୍ଷିକ ୭.୪୦ ପ୍ରତିଶତ ସୁଧ ମଧ୍ୟ ଦିଆଯାଏ । ସେହି ଅନୁଯାୟୀ, ନିବେଶକଙ୍କ ବାର୍ଷିକ ପେନସନ୍ ୫୧ ହଜାର ୪୫ ଟଙ୍କା ହେବ । ଯଦି ଆପଣ ଏହି ପେନ୍ସନ୍ ମାସିକ ନେବାକୁ ଚାହୁଁଛନ୍ତି, ତେବେ ପ୍ରତି ମାସରେ ଆପଣ ପେନ୍ସନ୍ ଭାବରେ ୪୧୦୦ ଟଙ୍କା ପାଇବେ ।

Get real time updates directly on you device, subscribe now.