fbpx
BSKY
BJD MC SKY
BJD YOUTH SKY

ବିବାହରେ ଭଣଜାକୁ ଉପହାର ଦେଲେ ମାମୁଁ ; ୨.୨୧ କୋଟି ନଗଦ କ୍ୟାସ୍‌, କେଜିଏ ସୁନା ଓ ୧୪ କିଲୋ ଚାନ୍ଦି… ୧୦୦ ବିଗା ଜମି

ନୂଆଦିଲ୍ଲୀ : ବିବାହ ଓ ବ୍ରତଘର ଆଦିରେ ମାମୁଁ ଭଣଜାକୁ ଉପହାର ଦେବାର ପରମ୍ପରା ରହିଛି । ନିଜ ନିଜ ବଳକୁ ଚାହିଁ ମାମୁଁ ଉପହାର ଦେଇଥାଏ । କେହି କେହି ସୁନା, ଚାନ୍ଦି ଅଳଙ୍କାର , ତ ଅନ୍ୟ କେହି ପୋଷାକ ଉପହାର ସ୍ୱରୂପ ଦେଇଥାଏ । କିନ୍ତୁ ରାଜସ୍ଥାନରେ ଜଣେ ଭଣଜାକୁ ମାମୁଁମାନେ ଏଭଳି ଉପହାର ଦେଇଛନ୍ତି ଯାହା ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବନ୍ଧ ହୋଇ ରହିବ । ପୂର୍ବରୁ କେହି ଏଭଳି ଉପହାର ଦେଇଥିବା କେବେ ଶୁଣି ନଥିବେ ।

ରାଜସ୍ଥନର ଏହି ଘଟଣା । ଭଣଜା ବିବାହରେ ୮ କୋଟି ଟଙ୍କାର ଉପହାର ଦେଇ ସମସ୍ତ ରେକର୍ଡ ଭାଙ୍ଗିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଏହାକୁ ମାୟରା ବୋଲି କୁହାଯାଏ । ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ୬ ମାମୁଁ ୩୦ କିଲୋମିଟର ଦୂରରେ ଥିବା ଶିବପୁରା ଗ୍ରାମରେ ରହୁଥିବା ଭଣଜା ବିବାହରେ ଉପହାର ଦେବା ପାଇଁ ପହଞ୍ଚିଥିଲେ । ଛଅ ଜଣ ମାମୁ ଯେତେବେଳେ ଉପହାର ନେଇ ଭଣଜା ଘରକୁ ବାହାରିଥିଲେ, ସେତେବେଳେ ସାଙ୍ଗରେ ୨ କୋଟି ୨୧ ଲକ୍ଷ ନଗଦ ଟଙ୍କା, ଏକ କେଜି ସୁନା ଏବଂ ୧୪ କେଜିି ଚାନ୍ଦି ନେଇଥିଲେ । ଏହା ସହ ଭଣଜାକୁ ୧୦୦ ବିଗା ଜମି ଅର୍ଥାତ୍ ପ୍ରାୟ ୧୫ ଗୁଣ୍ଠ ଜମି ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ବଳଦ ଗାଡି ଠାରୁ ଆରମ୍ଭ କରି ବାଇକ୍‌ , ଟ୍ରାକ୍ଟର ଏବଂ ଭଳିକି ଭଳି ସୌଖିନ କାର ନେଇ ଭଣଜା ଘରେ ପହଞ୍ଚିଥିଲେ । ପ୍ରାୟ ୧୦୦୦ ଗାଡି ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲା । ଏହି ବିରାଟ ଶୋଭାଯାତ୍ରାରେ ପ୍ରାୟ ୫ ହଜାର ଲୋକ ସାମିଲ ହୋଇଥିଲେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଥିରେ ସାମିଲ ହୋଇଥିବା ଲୋକଙ୍କୁ ଗୋଟିଏ ଲେଖାଏଁ ରୂପା ମୁଦ୍ରା ଦିଆଯାଇଥିଲା । ଏହା ଫଟୋ ଓ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 

ଏହି ପ୍ରସଙ୍ଗ ସାମ୍ନାକୁ ଆସିବା ପରେ ଲୋକମାନେ ଏହା ଉପରେ ଭିନ୍ନ ମନ୍ତବ୍ୟ ଦେଉଛନ୍ତି। କେହି କେହି ଏହାକୁ ଭଉଣୀ ପ୍ରତି ଭାଇର ପ୍ରେମ ବୋଲି କହୁଥିବା ବେଳେ କେହି କେହି ଏହାକୁ ଶୋ ଅଫ୍ ବୋଲି କହୁଛନ୍ତି ।

Get real time updates directly on you device, subscribe now.