fbpx

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରାସ୍ତା ପାଲଟିଛି ମରଣ ଯନ୍ତା । ନିଦରେ ଶୋଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ ।

ମାଲକାନଗିରି : ମାଲକାନଗିରି ସଦର ମହକୁମା ଠାରୁ ୩୦ କିଲୋମିଟର ଦୂର କାଲିମେଳା ବ୍ଲକ ଅନ୍ତର୍ଗତ ବଦଲି ଗ୍ରାମ ପଞ୍ଚାୟତ ଅଧୀନ ପଗୁରୁକୋଣ୍ଡା ଗ୍ରାମକୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଟି ଗ୍ରାମବାସୀଙ୍କ ପାଇଁ ମରଣ ଯନ୍ତା ପଲିଟିଛି l ମୂଖ୍ୟ ସଡ଼କ ଠାରୁ ପଗୁରୁକୋଣ୍ଡା ପଯ୍ୟନ୍ତ ପ୍ରାୟ ୨.୭ କି. ମି ରାସ୍ତା ଗ୍ରାମ୍ୟ ନିର୍ମାଣ ବିଭାଜନ-୨ (RD 2 ) ଦ୍ୱାରା ୧୧.୧୦୨୦୧୭ ତାରିଖ ରେ ତିଆରି ହୋଇ ୧୦.୦୭.୨୦୧୮ ରେ ରାସ୍ତା କାମ ସମ୍ପୂର୍ଣ ହୋଇଥିଲା l ରାସ୍ତା ଟିର ଅଟକଳ ମୂଲ୍ୟ୧ କୋଟି ୧୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହୋଇଥିବା ବେଳେ ରାସ୍ତାଟିର ୫ବର୍ଷ ପଯ୍ୟନ୍ତ ଦେଖାରଖା ପାଇଁ ୧୨ଲକ୍ଷରୁ ଉର୍ଦ୍ଧ ଟଙ୍କା ପ୍ରଦାନ କରାଯାଇଥିବା ଏବଂ ଠିକାଦାର ଙ୍କ ନାଁ ମହାରାଜ ବିଶ୍ୱାସ ବୋଲି ସୂଚନା ଫଳକରେ ଉଲ୍ଲେଖ ରହିଛି l ଗ୍ରାମବାସୀଙ୍କ କହିବା ଅନୁଯାୟୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଉଦାସୀନତା ଏବଂ ଠିକାଦାରଙ୍କ ଅବହେଳା ଯୋଗୁ ରାସ୍ତା ତିଆରି ହେବା ଠାରୁ ପ୍ରାୟ ୩ବର୍ଷ ହେବ କୌଣସି ମରାମତି କାଯ୍ୟ ହେଉନାହିଁ l ଯାହାଫଳରେ ବର୍ଷା ଋତୁରେ ଗ୍ରାମରୁ ନିକଟସ୍ଥ ସହର ପଟେରୁ, କାଲିମେଳା ଓ ମାଲକାନଗିରି କୁ ବ୍ୟବସାୟ କିମ୍ଭା ସ୍ୱସ୍ଥ୍ୟଗତ ସମସ୍ୟା ଦେଖାଗଲେ ଯିବା ଆସିବାକୁ ସମ୍ଭବ ହେଉନାହିଁ l ରାସ୍ତା ବାବଦରେ ଗ୍ରାମବାସୀ ମାନେ ବିଭାଗୀୟ ଅଧିକାରୀ ତଥା ସରପଞ୍ଚଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳନ ମିଳିବାରୁ କିଛି ସାମ୍ବାଦିକଙ୍କୁ ଡାକି ଏବିଷୟରେ ଖବର ପ୍ରକାଶ ପାଇଁ ଅନୁରୋଧ କରିଥିଲେ ମଧ୍ୟ ଆଜି ସୁଦ୍ଧା ସରକାରଙ୍କ ପକ୍ଷରୁ ରାସ୍ତା ମରାମତି ବାବଦରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ । ରାସ୍ତା କାମ କରି ଠିକାଦାର ମାଲାମାଲ ହେଉଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗର ନିଦ
ଭାଙ୍ଗୁନଥିବାରୁ ଆଗାମୀ ଦିନରେ ରାସ୍ତା ମରାମତି ନହେଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Get real time updates directly on you device, subscribe now.