fbpx

କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଫୁଲ୍ଲ ମଲ୍ଲିକଙ୍କ ଚିଠି

ଭୁବନେଶ୍ୱର,୧୬ ।୩(ଓଡିଶା ଭାସ୍କର): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଲେ ଇସ୍ପାତ ଓ ଖଣି ମନ୍ତ୍ର ପ୍ରଫୁଲ୍ଲ ମଲ୍ଲିକ । ରାଉରକେଲାରେ ଆଇଜିଏଚ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଚିଠି ଲେଖିଛନ୍ତି ପ୍ରଫୁଲ୍ଲ । ଆଇଜିଏଚକୁ ମେଡିକାଲ କଲେଜ କରିନଥିବାରୁ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ତେବେ ଆଇଜିଏଚକୁ ମେଡିକାଲ କଲେଜ କରିବାକୁ ୨୦୧୫ ଏପ୍ରିଲ ୨ରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୬ ବର୍ଷ ପରେ ବି ଆଇଏଚଜିକୁ ମେଡିକାଲ କଲେଜରେ ପରିଣତ କରାଗଲାନି । କେବଳ ୨୦୦ ଶର୍ଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ କରିଥିବାରୁ ପ୍ରଫୁଲ୍ଲ ନିରାଶା ବ୍ୟକ୍ତ କରିଛନ୍ତି । ବ୍ୟକ୍ତିଗତ ହସ୍ତକ୍ଷେପ କରି ଦାବି ପୂରଣ ହେବା ଆଶା ରହିଛି ବୋଲି ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

Get real time updates directly on you device, subscribe now.