(Video) ବିଞ୍ଝାରପୁର ନିର୍ବାଚନ ମଣ୍ଡଳୀରେ କମୁଛି ପ୍ରମିଳାଙ୍କ ଲୋକପ୍ରିୟତା; ମୁହଁ ଫେରେଇଲେଣି ସାଧାରଣ ଜନତା

ପ୍ରମିଳା ଯାଜପୁର ଜିଲ୍ଲା ବିଞ୍ଝାରପୁର ନିର୍ବାଚନମଣ୍ଡଳୀରୁ ଜନତା ଦଳରୁ ପ୍ରଥମେ ୧୯୯୦ରେ ନିର୍ବାଚିତ ହୋଇ ପରେ ୨୦୦୦, ୨୦୦୪ ଓ ୨୦୦୯ରେ ବିଜୁ ଜନତା ଦଳ ଟିକଟରେ ନିର୍ବାଚିତ ହୋଇଥିଲେ । ସେ ୨୦୦୪ ମଇ ୧୮ରୁ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ସରକାରଙ୍କ ଦ୍ୱାରା ବିଭିନ୍ନ ଯୋଜନାରେ ମହିଳା ଓ ଶିଶୁ ମାନଙ୍କୁ ଦିଆଯାଉଥିବା ଡ଼ାଲି ଯୋଗାଣରେ ଦୁର୍ନୀତି ହୋଇଥିବା ଭିଜିଲାନ୍ସ ବିଭାଗ କହିବା ପରେ ଏଥିରେ ମନ୍ତ୍ରୀଙ୍କ ସଂପୃକ୍ତ ଅଭିଯୋଗ ଥିବା ବିରୋଧି କଂଗ୍ରେସ ଓ ବିଜେପି ପକ୍ଷରୁ ତାଙ୍କର ଇସ୍ତଫା ଦାବି କରାଯାଇଥିଲା । ସେତେବେଳେ ସେ ତାଙ୍କ ଇସ୍ତଫା ପତ୍ର ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଇସ୍ତଫା ପତ୍ର ଗ୍ରହଣ କରି ରାଜ୍ୟପାଳଙ୍କ ନିକଟକୁ ପଠାଇଦେଇଥିଲେ ।

ଏହି ଘଟଣା ପରଠାରୁ ବିଞ୍ଝାରପୁର ନିର୍ବାଚନୀ ମଣ୍ଡଳୀର ଲୋକଙ୍କ ମଧ୍ୟରେ ପ୍ରମିଳାଙ୍କ ପ୍ରତି କୋଉଠି ନା କୋଉଠି ଆନ୍ତରିକତା କମିବା ଆରମ୍ଭ ହୋଇଥିଲା । ୨୦୧୯ ନିର୍ବାଚନ ଫଳାଫଳ ଦେଖିଲେ ତାଙ୍କର ପ୍ରତିଦ୍ୱନ୍ଦୀ ବବିତା ମଲ୍ଲିକଙ୍କ ଠାରୁ ମାତ୍ର ୨୧,୨୨୬ ଖଣ୍ଡ ଭୋଟରୁ ଜିତି ଥିଲେ । ୨୦୧୪ ନିର୍ବାଚନରେ ୩୮,୧୯୦ ଖଣ୍ଡ ଭୋଟରେ ଜିତିଥିଲେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି କିପରି ତାଙ୍କର ଲୋକପ୍ରିୟତା କମିବାରେ ଲାଗିଛି । ତେବେ ଏହି ଭିଡିଓରୁ ଜଣେ ବରିଷ୍ଠ ମହିଳା କଣ କହୁଛନ୍ତି ତାଙ୍କ ମୁହଁରୁ ଶୁଣି ନିଅନ୍ତୁ ।

 

Get real time updates directly on you device, subscribe now.