ଦେଶର ପ୍ରଭାବଶାଳୀ ବ୍ୟୁରୋକ୍ରାଟ ତାଲିକା: ପ୍ରଥମ ସ୍ଥାନରେ ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ପ୍ରଭାବଶାଳୀ ଓ କ୍ଷମତାଶାଳୀ ବ୍ୟକ୍ତିବିଶେଷଙ୍କ ଏକ ଲିଷ୍ଟ ଜାରି କରାଯାଇଛି । ‘ଦି ଅଲଟିମେଣ୍ଟ ପାୱର ଲିଷ୍ଟ ୨୦୨୪’ ନାମରେ ଅମଲାତନ୍ତ୍ରର ପ୍ରଭାବଶାଳୀ ଅମଲାଙ୍କ ତାଲିକା ଦେଶର ଅନ୍ୟତମ ପତ୍ରିକା ‘ଇଣ୍ଡିଆ ଟୁଡେ’ର ସ୍ୱତନ୍ତ୍ର ସଂସ୍କାଣରେ ପ୍ରକାଶ ପାଇଛି । ତେବେ ସବୁଠାରୁ ବଡ଼ କଥା ହେଉଛି ପ୍ରଭାବଶାଳୀ ଅମଲାଙ୍କ ତାଲିକାରେ ପ୍ରଥମ ସ୍ଥାନରେ ରହିଛନ୍ତି ଓଡ଼ିଆ ପୁଅ ପ୍ରମୋଦ କୁମାର ମିଶ୍ର । ଶ୍ରୀ ମିଶ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସବୁଠାରୁ ବିଶ୍ୱସ୍ତ ଅମଲା । ସରକାରଙ୍କ ଲାଗି ୨୪ ଘଣ୍ଟିଆ କାର୍ଯ୍ୟ କରିବା ସହ ନିଜର ନିର୍ମଳ ଭାବମୂର୍ତ୍ତି ପାଇଁ ଶ୍ରୀ ବେଶ୍ ପରିଚିତ ହୋଇପାରିଛନ୍ତି ।

ସେହିପରି ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି ଆଉ ଜଣେ ଓଡ଼ିଆ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଲିଷ୍ଟର ତୃତୀୟ ସ୍ଥାନରେ ରହିଛନ୍ତି । ଏହି ତାଲିକାରେ ଦେଶର ବିଭିନ୍ନ କ୍ଷେତ୍ରର ଅନେକ ଶୀର୍ଷ ବ୍ୟକ୍ତିତ୍ୱ ସ୍ଥାନ ପାଇଛନ୍ତି । ରାଜନୈତିକ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜିନେସ ତାଲିକାରେ ମୁକେଶ ଅମ୍ବାନୀ ଓ ଆଇକନ ତାଲିକାରେ ବିଗ୍ ବି ଅମିତାଭ ବଚନ ପ୍ରଥମ ସ୍ଥାନରେ ରହିଛନ୍ତି । ଦେଶର ପ୍ରଭାବଶାଳୀ ଅମଲା ତାଲିକର ଟପରେ ଦୁଇ ଓଡ଼ିଆ ଅଧିକାରୀ ସ୍ଥାନ ପାଇବା ରାଜ୍ୟବାସୀଙ୍କ ପାଇଁ ନିହାତି ଏକ ଗୌରବର ବିଷୟ ।