fbpx
BJD SKY
BJD SKY

ଓଡିଶା କ୍ରିକେଟ୍ ଆସୋସିଏସନ୍ ର ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ,

BJD

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍): ଓଡିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ) ସଭାପତି ହେବେ ବିଧାୟକ ପ୍ରଣବ ପ୍ରକାଶ ଦାସ । ଓସିଏ ନିର୍ବାଚନ ନେଇ ପୁରୀରେ ବୈଠକ ଶେଷ ହୋଇଥିବା ବେଳେ ସର୍ବସମ୍ମତ କ୍ରମେ ସଭାପତି ପଦ ପାଇଁ ପ୍ରାର୍ଥୀ ହୋଇଛନ୍ତି ପ୍ରଣବ ପ୍ରକାଶ ଦାସ । ସଂଜୟ ବେହେରା ସଂପାଦକ ଓ ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପ୍ରାର୍ଥୀ ହେବେ । ସେହିପରି ଯୁଗ୍ମ ସଂପାଦକ, କୋଷାଧ୍ୟକ୍ଷ ଓ ଗୋଟିଏ କାଉନସିଲ ପଦ ପାଇଁ ନାମ ଚୂଡାନ୍ତ କରିବାକୁ ଦାୟିତ୍ୱ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ଉପରେ ଛଡାଯାଇଛି । ଆସନ୍ତା ୨୧ରେ ଓସିଏ ନିର୍ବାଚନ ନେଇ ନାମାଙ୍କନ ଦାଖଲ କରାଯିବ ।

୨୨ରେ ଯାଂଚ ଓ ଅଭିଯୋଗ ଗ୍ରହଣ କରାଯିବା ସହିତ ନାମ ପ୍ରକାଶ କରାଯିବ । ୨୩ ତାରିଖରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଚୂଡାନ୍ତ ତାଲିକା ପ୍ରକାଶ କରାଯିବ । ଆବଶ୍ୟକ ହେଲେ ୨୮ରେ ନିର୍ବାଚନ ହୋଇପାରେ । ପ୍ରଣବ ନିକଟରେ ଯାଜପୁର ଜିଲ୍ଲା ଆସୋସିଏସନରୁ ଓସିଏକୁ ପ୍ରତିନିଧିତ୍ୱ କରିଥିଲେ । ସୂଚନା ଅନୁସାରେ, ପୁରୀରେ ଶୁକ୍ରବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଓସିଏର ବିଭିନ୍ନ ଜିଲ୍ଲା ପ୍ରତିନିଧିମାନେ ସାମିଲ ହୋଇଥିଲେ । ପ୍ରଣବ ପ୍ରକାଶଙ୍କ ନାମ ଓସିଏ ସଭାପତି ପଦ ନିମନ୍ତେ ଯାଜପୁର ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯିବା ପରେ ସେଠାରେ ଥିବା ଅନ୍ୟ ସଂଘର ସଦସ୍ୟମାନେ ଏହାକୁ ସମର୍ଥନ କରିଛନ୍ତି । ସେହିପରି ପଙ୍କଜ ଲୋଚନ ମହାନ୍ତି ଉପସଭାପତି ପଦ ନିମନ୍ତେ ଓ ସଞ୍ଜୟ ବେହେରା ସମ୍ପାଦକ ପଦ ପାଇଁ ପ୍ରାର୍ଥୀ ହେବେ । ଅନ୍ୟ ୩ଟି ପଦ ଯଥା- ଯୁଗ୍ମ ସମ୍ପାଦକ,କୋଷାଧ୍ୟକ୍ଷ ଓ ସଦସ୍ୟ ପଦବୀ ନିମନ୍ତେ ପ୍ରାର୍ଥୀଙ୍କ ନାମ ଚୟନ ଚୂଡ଼ାନ୍ତ କାର୍ଯ୍ୟ ଆଶୀର୍ବାଦ ବେହେରାଙ୍କ ଉପରେ ନ୍ୟସ୍ତ ହୋଇଛି  । ଆସନ୍ତା ୨୧ତାରିଖରେ ନାମାଙ୍କନ ପତ୍ର ଦାଖଲ ଓ ୨୮ତାରିଖରେ ଓସିଏର ସାଂଗଠନିକ ନିର୍ବାଚନ ହେବ ଓ ସେହିଦିନ ଫଳାଫଳ ଘୋଷଣା ହେବ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ଓସିଏ ପକ୍ଷରୁ ୭୩ ସଦସ୍ୟ ବିଶିଷ୍ଟ ଚିଠା ଭୋଟର ତାଲିକା ପ୍ରକାଶ ପାଇଥିଲା  । ଯେଉଁଥିରେ ଯାଜପୁର ଜିଲ୍ଲାରୁ ପ୍ରଣବ ପ୍ରକାଶ ଦାସ ପ୍ରତିନିଧିତ୍ୱ କରୁଥିବା ସାମିଲ ଥିଲା  । ଓସିଏ ସୂତ୍ର ଅନୁସାରେ ପ୍ରଣବ ପ୍ରକାଶଙ୍କ ବିରୁଦ୍ଧରେ କେହି ନାହାନ୍ତି । ବିଜେଡି ନେତା ଦିଲ୍ଲୀପ ତିର୍କୀ ଏବେ ହକି ଇଣ୍ଡିଆ ସଭାପତି ଥିବାବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଓସିଏ ସଭାପତି ଦାୟିତ୍ୱ ତୁଲାଇବେ।

Get real time updates directly on you device, subscribe now.