fbpx

ଏନଡିଟିଭିରୁ ଇସ୍ତଫା ଦେଲେ ପ୍ରଣୟ ରାୟ ଏବ ଏବଂ ରାଧିକା ରାୟ, RRPRH ବୋର୍ଡରେ ଆଦାନୀ ଗ୍ରୁପର ଏଣ୍ଟ୍ରି

AAKASH

ନୂଆଦିଲ୍ଲୀ: ଏନଡିଟିଭିର ମାଲିକ ପ୍ରଣୟ ରାୟ ଏବ ଏବଂ ରାଧିକା ରାୟ ଆରଆରପିଆର ହୋର୍ଲ୍ଡିଂ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଛନ୍ତି। ନଭେମ୍ବର ୨୯ରେ ପ୍ରଣୟ ଏବଂ ରାଧିକା ଏହି ଇସ୍ତଫା ଦେଇଛନ୍ତି। କମ୍ପାନି ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜକୁ ଏ ବିଷୟରେ ସୂଚିତ କରାଇ ଦେଇଛି। ଉଭୟଙ୍କ ସ୍ଥାନରେ ସୁଦୀପ୍ତ ଭଟ୍ଟାଚାର୍ଯ୍ୟ, ସଞ୍ଜୟ ପୁଗଲିଆ ଏବଂ ସେନ୍ଥିଲ ସିନ୍ନେୟା ଚେଙ୍ଗଲଓ୍ଵାରାୟଣଙ୍କୁ ଆରଆରପିଆରର ବୋର୍ଡରେ ନିର୍ଦ୍ଦେଶକ ଭାବେ ନିଯୁକ୍ତି କରାଯାଇଛି। ନିଯୁକ୍ତି ସହିତ ଏନଡିଟିଭି ବୋର୍ଡରେ ଆଦାନୀ ଗ୍ରୁପର ପ୍ରବେଶ ଘଟିଛି।

ରାଧିକା ରାୟ ଏବଂ ପ୍ରଣୟ ରାୟ ଏନଡିଟିଭିର ସହ ପ୍ରତିଷ୍ଠାତା। ଆଦାନୀ ଗ୍ରୁପ ଦ୍ଵାରା ଏନଡିଟିଭି କିଣାଯିବା ପରେ ଉଭୟ ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଥିଲେ। ଆରଆରପିଆର ହୋର୍ଲ୍ଡିଂ ଜଣାଇଛି ଯେ, ସେୟାର ହସ୍ତାନ୍ତରରେ ଆଦାନୀ ଗ୍ରୁପକୁ ଏନଡିଟିଭିରେ ୨୯.୧୮ ପ୍ରତିଶତ ଅଂଶଧନ ମିଳିଯିବ। ଏହା ସହିତ ଆଦାନୀ ଗ୍ରୁପ ୨୬ ପ୍ରତିଶତ ଅତିରିକ୍ତ ଅଂଶଧନ ପାଇଁ ଡିସେମ୍ବର ୫ରେ ବଜାରରେ ଖୋଲା ପ୍ରସ୍ତାବ ରଖିବ।

ସୂଚନାଯୋଗ୍ୟ, ଆଦାନୀ ଗ୍ରୁପ ଅଗଷ୍ଟରେ ପରୋକ୍ଷ ଭବେ ୨୯.୧୮ ପ୍ରତିଶତ ଅଂଶଧନ କିଣିବା ପରେ ୨୬ ପ୍ରତିଶତ ଅତିରିକ୍ତ ଅଂଶଧନ ପାଇଁ ଖୋଲା ପ୍ରସ୍ତାବ ରଖିଛି। ସେବି ନଭେମ୍ବର ୭ରେ ୪୯୨.୮୧ କୋଟି ଟଙ୍କାର ଏହି ଖୋଲା ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲା। ଏହା ଜରିଆରେ ଏନଡିଟିଭିର ସେୟାର ପିଛା ୨୯୭ ଟଙ୍କା ମୂଲ୍ୟରେ ଏକ କୋଟି ୬୭ ଲକ୍ଷ ଅଂଶଧନ କିଣିବାକୁ ପ୍ରସ୍ତାବ ଦେଇଥିଲା। ଏବେ ଆଦାନୀ ଗ୍ରୁପ ଏନଡିଟିଭିର ପ୍ରମୋଟର ଆରଆରପିଆରର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡରେ ୯୯.୫ ପ୍ରତିଶତ ଅଂଶଧନ ହାସଲ କରି ନେଇଛି।

ଆଦାନୀ ଗ୍ରୁପ ୨୦୦୯ ଏବଂ ୨୦୧୦ରେ ଏନଡିଟିଭିର ବିଜନେସ୍ ପ୍ରମୋଟର ଆରଆରପିଆରର ହୋଲ୍ଡିଂ ପ୍ରାଇଭେଟ୍ ଲିମିଟେଡକୁ ୪୦୩.୮୫ କୋଟି ଟଙ୍କାର ଋଣ ଦେଇଥିଲା। ଏହାରି ବଦଳରେ ଋଣ ନେଇଥିବା ସଂସ୍ଥା କୌଣସି ବି ସମୟରେ ଏନଡିଟିଭିରେ ୨୯.୧୮ ପ୍ରତିଶତ ଅଂଶଧନ ନେବାକୁ ଚୁକ୍ତି କରାଯାଇଥିଲା।

Get real time updates directly on you device, subscribe now.