fbpx
BSKY
BJD YOUTH SKY
BJD MS SKY

ସତର୍କ ଘଣ୍ଟି ! ବରଫ ତଳୁ ମିଳିଲା ଦବି ରହିଥିବା ୫୦ ହଜାର ବର୍ଷ ପୁରୁଣା ଜୋମ୍ବି ଭାଇରସ୍, ମଣିଷ ପାଇଁ ବିପଦ

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନର ପ୍ରଭାବ ମାନବ ଜାତି ପାଇଁ ସଙ୍କଟ ସୃଷ୍ଟି କରିପାରେ। ଏମିତି ଏକ ସଙ୍କଟ ଆସିପାରେ ଯାହା ଲୋକେ କେବେ ଭାବିନଥିବେ। ଦୀର୍ଘ ସମୟରୁ ବରଫରେ ଢାଙ୍କି ହୋଇଥିବା ଅଞ୍ଚଳରେ ବରଫ ତରଳିବାରୁ ଏମିତି ଅନେକ ଭାଇରସ୍ ସକ୍ରିୟ ହୋଇ ପାରନ୍ତି ଯାହା ବର୍ଷ ବର୍ଷ ଧରି ବରଫ ତଳେ ଦବି ହୋଇ ରହିଥିଲେ। ୟୁରୋପର କିଛି ଗବେଷଙ୍କ ତୁଷାରବୃତ୍ତ ଅଞ୍ଚଳ ସାଇବେରିଆରୁ କିଛି ନମୂନା ସଂଗ୍ରହ କରିଛନ୍ତି। ଏଥିରୁ ୧୩ ନୂତନ ପାଥୋଜେନ୍ସ ଭାଇରସ୍ ଦେଖିବାକୁ ମିଳିଛି। ଏହାକୁ ଜୋମ୍ବି ଭାଇରସ୍ ମଧ୍ୟ କୁହାଯାଏ। ଅଧ୍ୟୟନରୁ ଜଣା ପଡିଛି ଯେ, ଏହି ଭାଇରସ୍ ହଜାର ହଜାର ବର୍ଷ ଧରି ବରଫ ତଳେ ଦବି ରହିବା ପରେ ବି ସକ୍ରିୟ ଅଛନ୍ତି ଏବଂ ସଂକ୍ରମଣ ପ୍ରସାର କରିବାରେ ସକ୍ଷମ।

ବୈଜ୍ଞାନିକ ପୂର୍ବରୁ ମଧ୍ୟ ସତର୍କ କରାଇଥିଲେ ଯେ, ଜଳବାୟୁ ପରିବର୍ତ୍ତନ ଏବଂ ବରଫ ତରଳିଲେ ଅନେକ ବିପଦଜ୍ଜନକ ଗ୍ୟାସ୍ ଉତ୍ପତି ହୋଇପାର, ଯାହା ମାନବ ଜାତିକୁ ବିପଦରେ ପକାଇବାରେ ପର୍ଯ୍ୟାପ୍ତ।। କିନ୍ତୁ ଅଦ୍ୟାବଧି ଜୋମ୍ବି ଭାଇରସର ବିପଦ ଉପରେ ବିଶେଷ କିଛି କୁହାଯାଇ ନାହିଁ। ରୁଷ, ଜର୍ମାନୀ ଏବଂ ଫ୍ରାନ୍ସର ବୈଜ୍ଞାନିକଙ୍କ ମତରେ ଏବେ ଯେଉଁ ଭାଇରସ୍ ଚିହ୍ନଟ ହୋଇଛି ତାହା ସେତେ ବିପଦଜ୍ଜନକ ନୁହେଁ। ଏମାନେ ଏମିବା ମାଇକ୍ରୋବ୍ସକୁ ସଂକ୍ରମଣ କରିବାରେ ସକ୍ଷମ।

ବୈଜ୍ଞାନିକଙ୍କ ମତରେ ଯଦି ଭାଇରସ୍ ପୁଣି ଥରେ ସକ୍ରିୟ ହୁଏ ତେବେ ଏହା ମାନବ ଏବଂ ପଶୁମାନଙ୍କୁ ବି ସଂକ୍ରମିତ କରିପାରେ। ସଂପ୍ରତି ଏହା ଉପରେ ଅଧ୍ୟୟନ କରାଯିବା ବାକି ରହିଛି। ବାୟୋରିକ୍ସ ନାମକ ରିପୋଜିଟରୀରେ ପ୍ରକାଶିତ ତଥ୍ୟ ମୁତାକବ ବରଫ ତଳେ ଚାପି ହୋଇ ରହିଥିବା ଏହି ଭାଇରସ୍ ବହୁ ପୁରୁଣା।

Get real time updates directly on you device, subscribe now.