fbpx

ପ୍ରଶାନ୍ତ କିଶୋର ଦେଲେ ଇସ୍ତଫା, ଜାଣନ୍ତୁ କେଉଁ ପଦବୀରୁ ଓହରିଲେ…

ଓଡ଼ିଶା ଭାସ୍କର ବ୍ୟୁରୋ: ନିର୍ବାଚନ ରଣନୀତିରେ ଅଭିଜ୍ଞ ପ୍ରଶାନ୍ତ କିଶୋର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର ସିଂହଙ୍କ ମୁଖ୍ୟ ପରାମର୍ଶଦାତା ପଦରୁ ଇସ୍ତଫା ଦେଇଛନ୍ତି । ଏନେଇ ସେ କ୍ୟାପ୍ଟେନ୍ ସିଂହଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଙ୍କୁ ପ୍ରଶାନ୍ତ ଲେଖିଛନ୍ତି ଯେ – ମୁଁ ସାଧାରଣ ଜୀବନରେ ସକ୍ରିୟ ରାଜନୀତିରୁ ଅସ୍ଥାୟୀ ଭାବେ ବ୍ରେକ୍ ଦେବାକୁ ଚାହୁଛି । ଏଥିପାଇଁ ମୁଁ ଆପଣଙ୍କ ମୁଖ୍ୟ ପରାମର୍ଶଦାତା ପଦବୀ ଦାୟିତ୍ୱ ସମ୍ଭାଳିପାରିବିନି । ମୁଁ ନିବେଦନ କରୁଛି ଯେ ମୋତେ ଏଥିରୁ ମୁକ୍ତ କରାଯାଉଛି । ଏଥିସହ ଏହି ପଦବୀ ପାଇଁ ତାଙ୍କୁ ଚୟନ କରାଯାଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଛନ୍ତି ।

ଅନ୍ୟପକ୍ଷରେ ପ୍ରଶାନ୍ତ କିଶୋର କଂଗ୍ରେସରେ କୌଣସି ବଡ଼ ଭୂମିକା ଚାହୁଛନ୍ତି ବୋଲି ଚର୍ଚ୍ଚା ହେଉଛି ଏବଂ ଏଥିପାଇଁ ଦଳରେ ଉଚ୍ଚସ୍ତରୀୟ ବିଚାରବିମର୍ଶ ଚାଲିଥିବା କୁହାଯାଉଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ଗତ ମାର୍ଚ୍ଚ ୧୮ ତାରିଖରେ ଉକ୍ତ ପଦବୀରେ ମାତ୍ର ୧ ଟଙ୍କା ବେତନାରେ ତାଙ୍କୁ ନିୟୋଜିତ କରାଯାଇଥିଲା । ଏହା ପୂର୍ବରୁ ୨୦୧୭ ବିଧାନସଭା ନିର୍ବାଚନରେ ପ୍ରଶାସନ୍ତ କିଶୋର ପଞ୍ଜାବ କଂଗ୍ରେସ ପାଇଁ ବଡ଼ ଭୂମିକା ନିର୍ବାହ କରିଥିଲେ ।

Get real time updates directly on you device, subscribe now.