fbpx

ଓମିକ୍ରନ୍: ରିସ୍କ ଦେଶରୁ ଆସିଲେ କରିବାକୁ ହେବ ପ୍ରି-ବୁକିଂ ଟେଷ୍ଟ

ନୂଆଦିଲ୍ଳୀ: ଓମିକ୍ରନ କଟକଣା କଡ଼ା କଲା ବିମାନ ଚଳାଚଳ ମନ୍ତ୍ରାଳୟ । ଡିସେମ୍ବର ୨୦ରୁ ଆଟ୍ ରିସ୍କ ଦେଶରୁ ଆସୁଥିଲେ କରାଇବାକୁ ହେବ ପ୍ରି-ବୁକିଂ ଆରଟିପିସିଆର ଟେଷ୍ଟ । ଦେଶର ପ୍ରମୁଖ ୬ଟି ବିମାନ ବନ୍ଦର ପାଇଁ ପ୍ରି-ବୁକିଂ ଟେଷ୍ଟ ନିର୍ଦ୍ଦେଶ । ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, ହାଇଦ୍ରାବାଦ ଏୟାରପୋର୍ଟକୁ ରହିଛି ଏହି ନେର୍ଦ୍ଦୋ । ଯାତ୍ରୀ ପ୍ରି-ବୁକିଂ କରିଥିବା ନେଇ ଯାଞ୍ଚ କରିବାକୁ ଏୟାର ଲାଇନ୍ସକୁ ନିର୍ଦ୍ଦେଶ ଦିଆଯାଇଛି । ଆଟ୍ ରିସ୍କ ଦେଶରୁ ଆସୁଥିବା ଯାତ୍ରୀ ବୋର୍ଡି ପୂର୍ବରୁ ପ୍ରି-ବୁକିଂ ଦର୍ଶାଇବେ । ତେବେ କେହି ଯାତ୍ରୀ ପ୍ରି-ବୁକିଂ କରିନଥିଲେ, ତାଙ୍କୁ ଯିବାକୁ ମନା କରାଯିବନାହିଁ । ଯିବାକୁ ଅନୁମତି ଦେଇ ସେମାନଙ୍କ ଟେଷ୍ଟ ବ୍ୟବସ୍ଥା କରାଇବାକୁ ନିର୍ଦ୍ଦେଶ ।

ସୂଚନାଯୋଗ୍ୟ, କରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ୍ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି । ବିଶ୍ୱର ୫୭ରୁ ଅଧିକ ଦେଶକୁ ବ୍ୟାପିଛି ଏହି ଭ୍ୟାରିଆଣ୍ଟ । ସୋମବାର ବ୍ରିଟେନରେ ଏହି ଭ୍ୟାରିଆଣ୍ଟରେ ସଂକମ୍ରିତ ପ୍ରଥମ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୬୧ ଆକ୍ରାନ୍ତ ଚିହ୍ନଟ ହେଲେଣି ।

Get real time updates directly on you device, subscribe now.