fbpx
BJD SKY
BJD SKY

ମହିଳାଙ୍କୁ ବିନା ବସ୍ତ୍ରରେ ଠିଆ କରାଇଲା ପୋଲିସ, ଏବେ ଦେବାକୁ ହେବ ୨୨ କୋଟି

BJD

ନୂଆଦିଲ୍ଲୀ: ମହିଳାଙ୍କୁ ର୍ଦୁବ୍ୟବହାର ପୋଲିସକୁ ପଡ଼ିଲା ମହଙ୍ଗା । କୃଷ୍ଣକାୟ ମହିଳାଙ୍କୁ ର୍ଦୁବ୍ୟବହାର କରିବା ଅଭିଯୋଗରେ ପୋଲିସକୁ ଦେବାକୁ ହେବ ୨୨ କୋଟି କ୍ଷତିପୂରଣ । ଏହି ଘଟଣା ଘଟିଛି ଆମେରିକାର ଚିକାଗୋ ସହରରେ । ମାମଲାର ଶୁଣାଣି କରି ଏହି ଆଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, ୨୦୧୯ରେ ଘଟିଥିବା ଏହି ମାମଲାରେ ଜଣେ ମହିଳାଙ୍କୁ ପୋଲିସ ର୍ଦୁବ୍ୟବହାର କରିଥିଲେ । ପୋଲିସ ଜଣେ ଅପରାଧୀର ସନ୍ଧାନରେ ଏହି କୃଷ୍ଣକାୟ ମହିଳାଙ୍କ ଘରକୁ ପଶିଥିଲେ । ସେହି ସମୟରେ ମହିଳା ଜଣକ କପଡ଼ା ପିନ୍ଧୁଥିଲେ । ପୋଲିସ ତାଙ୍କୁ ଏମିତି ବିନା କପଡ଼ାରେ ରଖିବା ସହ ହାତକଡ଼ି ପିନ୍ଧାଇ ଦେଇଥିଲେ । ହାତକଡ଼ି ପିନ୍ଧାଇ ପୋଲିସ ମହିଳାଙ୍କୁ ପ୍ରାୟ ଅଧଘଣ୍ଟା ଧରି ପଚରାଉଚରା କରିଥିଲେ ।

କିନ୍ତୁ ସେତେବେଳେ ଏହା ଚିନ୍ତାର କାରଣ ପାଲଟିଯାଇଥିଲା ଯେତେବେଳେ ଏହା ଜଣାପଡ଼ିଥିଲା ଯେ ପୋଲିସ ଯେଉଁ ଅପରାଧୀକୁ ଖୋଜୁଛି, ସେ ଉକ୍ତ ମହିଳାଙ୍କ ଘରେ ନୁହେଁ ବରଂ ପଡ଼ୋଶୀ ଘରେ ରହୁଥିଲା । ଏହି ଘଟଣା ପରେ ମହିଳା ନିଜକୁ ଅପମାନିତ ମନେ କରିଥିଲେ । ମହିଳା କୋର୍ଟରେ ମାମଲା ରୁଜୁ କରିଥିଲେ, ଯେଉଁଥିରେ ଅଭିଯୋଗ ରହିଥିଲା ଯେ ପୋଲିସ ଅଧିକାରୀ ତାଙ୍କ ସହ ଖରାପ ବ୍ୟବହାର କରିଛନ୍ତି ଏବଂ ତାଙ୍କୁ ଅପମାନିତ କରିଛନ୍ତି । ଏଥିରେ ୧୨ ଜଣକ ନାମ ସାମିଲ ରହିଥିଲା । ଏବେ ଏହି ମାମଲାର ଶୁଣାଣି କରି କୋର୍ଟ ନିଜ ନିଷ୍ପତ୍ତିରେ କହିଛନ୍ତି ପୋଲିସ ଅପରାଧୀଙ୍କ ସୂଚନାକୁ ସୁନିଶ୍ଚିତ କରିବାରେ ଅସମର୍ଥ ହୋଇଥିଲା ଫଳରେ ମହିଳାଙ୍କୁ ବିନା କାରଣରେ ଅପମାନ ଏବଂ ଉତ୍ପୀଡ଼ନ ଶିକାର ହେବାକୁ ପଡ଼ିଲା । କୋର୍ଟ ମହିଳାଙ୍କୁ ପୋଲିସର ର୍ଦୁବ୍ୟବହାର ପାଇଁ ୨.୯ ମିଲିୟନ ଡଲାରର କରିମାନା ଦେବାକୁ ନିଷ୍ପତ୍ତି ଶୁଣାଇଛନ୍ତି ।

Get real time updates directly on you device, subscribe now.